।। ପରବରେ ଏକାଠି ହେଲେ ବିଧାୟକ ତାରା ଓ ସାଂସଦ ସପ୍ତଗିରି ।।

କୋରାପୁଟ ଜିଲ୍ଲାର ଦୁଇ କଂଗ୍ରେସ ନେତା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସାଂସଦ ସପ୍ତଗିରି ଉଲାକାଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ଜିଲ୍ଲାରେ କଂଗ୍ରେସ ଦୁଇ ଗୋଷ୍ଠୀ ହୋଇ ଯାଇଥିଲା। ବୋରିଗୁମ୍ମା ଠାରେ ପରବ ଶୁଭାରମ୍ଭ ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସାଂସଦଙ୍କୁ ସମ୍ବର୍ଦ୍ଧିତ କରିବା ସମୟର ଫଟୋ। ଫଟୋରେ ସାଂସଦ ଜୟପୁର ବିଧାୟକଙ୍କ ପାଦ ଛୁଇଁ ଥିଲେ। ଏହାପରେ ଦୁଇ ନେତା କୋଳାକୋଳି ହୋଇଥିଲେ।ଯାହାହେଉ ଦୁଇ ନେତା ଏକାଠି ହେବା ନିଶ୍ଚିତ ଭାବେ ଜିଲ୍ଲାରେ କଂଗ୍ରେସର ସ୍ଥିତି ମଜବୁଦ ରହିବ ବୋଲି କର୍ମୀମାନେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।
ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






