ନୂଆପଡ଼ାରେ ଜିଲ୍ଲା ପାନୀୟ ଜଳ ଓ ପରିମଳ କମିଟି ବୈଠକ ଅନୁଷ୍ଠିତ

Dec 31, 2025 - 03:05
 0  2
ନୂଆପଡ଼ାରେ ଜିଲ୍ଲା ପାନୀୟ ଜଳ ଓ ପରିମଳ କମିଟି ବୈଠକ ଅନୁଷ୍ଠିତ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା ଗୃହରେ ୧୩ତମ ଜିଲ୍ଲା ପାନୀୟ ଜଳ ଓ ପରିମଳ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସଫଳ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।ସେହିପରି ବାହ୍ୟ ମଳତ୍ୟାଗ ବିହୀନ ଗ୍ରାମ, ଗୋଷ୍ଠୀ ପରିମଳ କମ୍ପ୍ଲେକ୍ସ, ସଲିଡ୍ ୱାଷ୍ଟ ମ୍ୟାନେଜମେଣ୍ଟ, ସୋଲାର୍ ୱାଟର୍ ସପ୍ଲାଇ, ଟ୍ୟୁବୱେଲ୍ ପ୍ଲାଟଫର୍ମ ଆଣ୍ଡ ସୋକପିଟ୍, ହର୍ ଘର୍ ଜଲ୍ ଆଦି କାର୍ଯ୍ୟର ସମୀକ୍ଷା କରିଥିଲେ।ଏହି ସଭାରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ଜିଲ୍ଲା ପଂଚାୟତ ଅଧିକାରୀ ଲଚ୍ଛମନ୍ ଓରାମ, ବ୍ଲକ୍ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହା ପରେ ଜିଲ୍ଲା ପରିଷଦ ର ବିଭିନ୍ନ କାର୍ଯ୍ୟାବଳୀର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ କାର୍ଯ୍ୟ ଦିବସ, ଗ୍ରାମୀଣ ଗୃହ ନିର୍ମାଣ (ରୁରାଲ ହାଉସିଂ) ଏବଂ କେନ୍ଦ୍ରୀୟ ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ରୁ ପ୍ରତି ଗ୍ରାମ୍ୟ ପଂଚାୟତକୁ ମଞ୍ଜୁର ହୋଇଥିବା ଅର୍ଥର ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ