।। ଦିନକୁ ଦିନ ବଢ଼ିବାରେ ଲାଗିଛି ସାମ୍ବାଦିକ ଆକ୍ରମଣ ଘଟଣା : ପୁଣି କେନ୍ଦ୍ରାପଡ଼ା ରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ l।

ଦୈନିକ ଖବର କାଗଜ "ନିର୍ଭୟ"ର ମହାକାଳପଡ଼ା ପ୍ରତିନିଧି ଅଳୟ ସାମନ୍ତରାୟ ଙ୍କୁ ହୋଇଛି ଆକ୍ରମଣ l ମାର୍ଶାଘାଇ ଥାନା ମଶାକଣି ଛକ ନିକଟରେ ଅଜଣା ଦୃବୁତ ଙ୍କ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ ହୋଇଛନ୍ତି ଅଳୟ l ତେବେ ଏହି ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ପୋଲିସ ପକ୍ଷରୁ ତନାଘନା ଚାଲିଥିବାର ଜଣାପଡିଛି lବାରମ୍ବାର ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଏପରି ଆକ୍ରମଣ କୁ ନିନ୍ଦା କରାଯାଉଥିବା ବେଳେ ଏନେଇ ସରକାର ଙ୍କ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଯାହାକୁ ନେଇ ସାମ୍ବାଦିକ ମାନଙ୍କ ମହଲରେ ଅସନ୍ତୋଷ ଦାନା ବନ୍ଧୁଥିବା ବେଳେ ସବୁ ମହଲରେ ଉଦବେଗ ପ୍ରକାଶ ପାଉଛି l ତେବେ ଏଠାରେ ପ୍ରଶ୍ନ ଉଠୁଛି l ଆଉ କେତେ ଦିନ ରାଜ୍ୟରେ ସାମ୍ବାଦିକ ମାନେ ଏପରି ଅସୁରକ୍ଷିତ ରହିବେ ? କେବେ ହେବ ସାମ୍ବାଦିକ ସୁରକ୍ଷା ଆଇନ ? କେବେ ନିଆଯିବ ଦୃଢ଼ ପଦକ୍ଷେପ ସେ ନେଇ ସମସ୍ତଙ୍କ ନଜର ରହିଛି l
What's Your Reaction?






