।। ଲମତାପୁଟ୍ ବ୍ଳକ୍ ବିଛିନ୍ନl ଚଳ ର ବିଭିନ୍ନ ପ୍ରକଳ୍ପ ର ଶୁଭ ଦେଇଛନ୍ତି ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼lଲ୍ l।

Apr 29, 2023 - 15:39
 0  35
।। ଲମତାପୁଟ୍ ବ୍ଳକ୍ ବିଛିନ୍ନl ଚଳ ର ବିଭିନ୍ନ ପ୍ରକଳ୍ପ ର ଶୁଭ ଦେଇଛନ୍ତି ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼lଲ୍ l।

କୋରାପୁଟ ଜିଲ୍ଲା ଲମତାପୁଟ୍ ବ୍ଳକ୍ ଅନ୍ତର୍ଗତ ବନମାଳୀପୁଟ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବ ଗନ୍ଧନା ର ତାରିଣୀ ମନ୍ଦିର ଗର୍ଭଗୃହ ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନଡ଼ିଆ ଭାଙ୍ଗି ଶୁଭ ଦେଇଛନ୍ତି ବିଧାୟକ ଶ୍ରୀ ପଡାଲ l ସେହି ପରି ବନମାଳୀପୁଟ ଶିବ ମନ୍ଦିର ରାସ୍ତା ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କା ର ପେବର୍ ବ୍ଳକ୍ ରାସ୍ତା ନିର୍ମାଣ ନିମନ୍ତେ ମଧ୍ୟ ମନ୍ଦିର ର ପୂଜକ ଙ୍କ ପୂଜାର୍ଚ୍ଚନା ପରେ ଶୁଭ ଦେଇଥିଲେ ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ l ଉମ୍ବେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉମ୍ୱେଲ ଗ୍ରାମ ର ଏସଡିସି ପାଣ୍ଠି ରେ ନିର୍ମାଣ ହେବାକୁ ଥିବା ଝାଙ୍କର ଦେବତା ହୁଣ୍ଡି ର ମଧ୍ୟ ବିଧାୟକ ଶୁଭ ଦେଇଥିଲେ l ବିଧାୟକ ଙ୍କ ବ୍ୟତୀତ ବ୍ଳକ୍ ଅଧ୍ୟକ୍ଷ ତାପସ ଚାଲାଣ, ଏସଡିସି ସଦସ୍ୟ ରାମଚଂଦ୍ର ମାଝୀ, ସମାଜସେବୀ ମୁନା ଦଳପତି And Iswar Allada, ସମିତି ସଭ୍ୟ ଜଗନ୍ନାଥ୍ ହନ୍ତାଳ, ସରପଞ୍ଚ ଗୋରା ଜାନୀ,ଏଏଇ, ଜିପିଇଓ ସୁକାନ୍ତ ପାଣିଗ୍ରାହୀ, କନିଷଠଯନ୍ତ୍ରୀ ସରୋଜ ଜେନା, ପିଇଓ ବୃନ୍ଦ ଭଗଵାନ ଖିଲ ଓ ସୁବାଷ ଖିଲ, ପୁର୍ବତନ ସମିତି ସଭ୍ୟ ରମେଶ ବିଷୋୟୀ, ଭଗଵାନ ବିଷୋୟୀ, ମଧୁ ଖରା,ପିତମ୍ ଖିଲ, ସୀମା ପାତ୍ର, ନାଗେସ ନାୟକ, ଦିଲୀପ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ l ଏହା ବ୍ୟତୀତ ବିଧାୟକ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସହ ଆଲୋଚନା କରିଥିଲେ ଏବଂ ମହିଳା ଗୋଷ୍ଠୀ ମାନେ ଜଳ ଯୋଗାଣ ନିମନ୍ତେ ଦାବୀ କରିବାରୁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ରେ ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଅଛି ଲମତାପୁଟ୍ ବ୍ଳକ୍ ରେ ଯାହା ଦ୍ୱାରା ପ୍ରତ୍ୟେକ ପରିବାର କୁ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ