ମହାବାହୁଙ୍କ ହେରାପଞ୍ଚମୀ ନୀତି
କୋଲାବିରା,୨୧।୭(ଫାଷ୍ଟ ନ୍ୟୂଜ ଓଡ଼ିଶା): ଗୁଣ୍ଡିଚାମନ୍ଦିରରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ସୋମବାର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ମା' ଲକ୍ଷ୍ମୀ ଅଭିମାନ କରି ରାଗ ତମତମ ହୋଇ ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ରଥ ଭାଙ୍ଗିଦେଇଥିଲେ। ମା' ଲକ୍ଷ୍ମୀଙ୍କ ଆଗମନ ସୂଚନା ପାଇ ମହାପ୍ରଭୁ ତାଙ୍କୁ ଭିତରକୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ମା'ଙ୍କ ରାଗ ଓ ଅଭିମାନରେ ସବୁ ନିମନ୍ତ୍ରଣ ଫିଳା ପଡ଼ିଯାଇଛି। ମା' ଗୁଣ୍ଡିଚା ମନ୍ଦିର ପରିସରରେ ମହାପ୍ରଭୁଙ୍କୁ ବିଭିନ୍ନ କଥା ଶୁଣାଇବା ସହ ତୁରନ୍ତ ବଡ଼ଦେଉଳକୁ ଫେରିଯାଇଥିଲେ । ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚା ମନ୍ଦିରରେ ତିନି ଦିଅଙ୍କ ସନ୍ଧ୍ୟା ଆଳତି ଓ ହେରାପଞ୍ଚମୀ ନୀତି ଦେଖୁବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ଅବସରରେ ରଥଯାତ୍ରା ଭଜନସନ୍ଧ୍ୟା କମିଟି ପକ୍ଷରୁ ଜଗନ୍ନାଥଙ୍କ ରଜନ ପରିବେଷଣ କରାଯାଇଥିଲା। ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0