ଥିଆମୂଳ ରାମପୁର ବ୍ଲକ ବି, ଏସ,ପି ଦଳତରଫରୁ ପ୍ରେସ ମିଟ

Sep 17, 2023 - 15:28
 0  64
ଥିଆମୂଳ ରାମପୁର ବ୍ଲକ  ବି, ଏସ,ପି ଦଳତରଫରୁ ପ୍ରେସ ମିଟ

କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ବି, ଏସ,ପି ଦଳ ସଭାପତି ଶ୍ରୀଯୁକ୍ତ ବୈଦ୍ୟନାଥ ନାଏକ ଙ୍କ ଅଧ୍ୟକ୍ଷତାରେ ଆଦିବାସି ଭବନ ଠାରେ ସିଯିମାଲି ମୈତ୍ରୀ କମ୍ପାନୀ କୁ ନେଇ ଏକ ପ୍ରେସ ମିଟ କରାଯାଇ ଥିଲା। ଏହିଁ ପ୍ରେସ ମିଟ ରେ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରେସ ମିଟ ରେ କହିଛନ୍ତି ଯେ ସିଜମାଲି ହେବାକୁ ଥିବା ଖଣି ଖଦାନ ର ବିସ୍ଥାପିତ ଗ୍ରାମର ନିରୀହ ହରିଜନ ଓ ଆଦିବାସୀ ମାନଙ୍କୁ ଯେ କୌଣସି ଉପାୟରେ ଉସୁକାଇ ମୈତ୍ରୀ କମ୍ପାନୀ ବିରୋଧରେ ଜଙ୍ଗଲ ଜମି କୁ ନଛାଡ଼ିବା ପାଇଁ ଆନ୍ଦଲନ କରିବାକୁ ପ୍ରଫୁଲ୍ଲ ସାମନ୍ତରାୟ ,ନରେନ୍ଦ୍ର ମହାନ୍ତି ଭଳି କିଛି ସ୍ୟାର୍ଥବାଦି ବ୍ୟକ୍ତି ମାନେ ପ୍ରବର୍ତାଉଥିବା ପ୍ରକାଶ କରିଛନ୍ତି।ବିସ୍ଥାପିତ ଗ୍ରାମର ନିରୀହ ଆଦିବାସି କୁ ଆନ୍ଦଳନ କରିବାକୁ ପ୍ରବର୍ତ୍ତାଇ ନିଜ ସ୍ବାର୍ଥରେ ପାଇଁ ଆଦିବାସୀ ମାନଙ୍କ ସରାଲତା ଦେଖି ଭକୁଆ ବନାଇ ଉସୁକାଉଥିବା ଜଣାପଡିଛି। ଏହି ବ୍ୟକ୍ତି କେବେହେଲେ ଏହି ଅଞ୍ଚଳ ଆସି ବଣ ପର୍ବର୍ତ ଘେରା ଥୁଆ ମୂଳ ରାମପୁର ବ୍ଲକ କୁ ଆସି ଏହି ଅଞ୍ଚଳ ର ବିକାଶ ଓ ବନ୍ୟା ବାତ୍ୟା କିବା ଦାଦନ ,ରାସ୍ତା , ନାନା ରଗରେ ଆକ୍ରାନ୍ତ ସମୟରେ ଆସି ଆନ୍ଦୋଳନ କରୁନଥିଲେ । ବର୍ତମାନ କେଉଁ ସ୍ୟାର୍ଥରେ ଆଦିବାସୀଙ୍କୁ ଭକୁଆ କରୁଛନ୍ତି ବଳି ପ୍ରକାଶ କରିଛନ୍ତି।ଶ୍ରୀ ସାମନ୍ତରାୟ ଙ୍କ ବିରୋଧରେ ଦଳ ତରଫରୁ ଏକ ପ୍ରେସ ମୀଟ କରାଯାଇଥିଲା। ପ୍ରେସ ମିଟ୍ ରେ ପ୍ରକାଶ କରିଛନ୍ତି ଜେ ଆମ ମାଟି, ଆମ ଜଙ୍ଗଲ କୁ ଆମେ ଦାୟୀ। ଆମକୁ ବିକାଶ ଦରକାର । ଆମ ବିସ୍ଥାପିତ ଅଞ୍ଚଳ କୁ ଆସି ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ଭଳିଆ ଓ ଅନ୍ୟ ବାହାର ଦଲାଲ କୁ ପସେଇଦେବୁନାହି କହି ପ୍ରେସ ମିଟର ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କାରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ