।। ତଳଝାପି ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଉଦଘାଟିତ ।।

May 23, 2023 - 20:19
 0  36
।। ତଳଝାପି ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଉଦଘାଟିତ ।।

ଦୀର୍ଘ ସାତ ବର୍ଷ ପୂର୍ବେ ଡ଼ୁମେର ପଦର ପଞ୍ଚାୟତ ଥିବା ସାତ ଗୋଟି ଗାଁ କୁ ନେଇ ଏକ ଗ୍ରାମ ପଞ୍ଚାୟତ କରିବା ପାଇଁ ଗ୍ରାମ ବାସିମାନେ ଏକତ୍ରିତ ହୋଇ ବାରମ୍ବାର ବିଧାୟକ ଓ ସାଂସଦ ପାଖରେ ଅଭିଯୋଗ କରି ବହୁ କଷ୍ଟରେ ଏକ ନୂତନ ଗ୍ରାମ ପଞ୍ଚାୟତ ହୋଇଥିବା ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳ ଝାପି ପଞ୍ଚାୟତ ଆଜି ତା 23/5/023 ରିଖ ମଙ୍ଗଲବାର ଲାଞ୍ଜିଗଡ ବିଧାୟକ ତଳଝାପି ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ କରିଥିଲେ l ଏଥିରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ସଂମ୍ମାନିତ ଅତିଥି ଭାବରେ ଥୁଆମୂଳ ରାମପୁର ବ୍ଲକ ଅଧକ୍ଷ ଦୟାନିଧି ମାଝୀ, ସମିତି ସଭ୍ୟା ପୁଷ୍ପାଞ୍ଜଳୀ ନାଏକ, ମାଣିକ୍ୟ ଚନ୍ଦ୍ର ନାଏକ, କପିଳାସ ନାଏକ, ପବିତ୍ର ନାଏକ, ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ କର୍ମଚାରୀ,ତଳଝାପି ପଞ୍ଚାୟତ ସରପଞ୍ଚ ସଭାସିଂ ମାଝୀ, ନାଏବ ସରପଞ୍ଚ ଜୟନ୍ତୀ ନାଏକ, ଜେ.ଇ. ପ୍ରତାପ କୁମାର ସାହୁ, ପି. ଇ. ଓ. ଟଙ୍କଧର ସାହୁ, ଜି.ଆର.ଏସ. ସୁରେନ୍ଦ୍ର କୁମାର ସେଠି, ୱାର୍ଡ ମେମ୍ବର ସଭ୍ୟସଭ୍ୟା ସମେତ ଶହ ଶହ ଜନସାଧାରଣ ଉପସ୍ଥିତ ହୋଇ ବିଧାୟକ ଦିଶାରୀ ଙ୍କୁ ପୁଷଗୁଚ୍ଛ ଦେଇ ସ୍ୱାଗତ ଜଣାଇ ସମ୍ମାନିତ କରିବା ସମେତ ଆଦିବାସୀ ପାରମ୍ପରିକ ସଲପଲିସାନ ବାଦ୍ୟ ସହ ବେଣ୍ଡ ବାଦ୍ୟରେ ତଳ ଝାପି ପଞ୍ଚାୟତ କମ୍ପି ଉଠିଥିଲା l ଅତି ଆନନ୍ଦ ଲହରୀ ଖେଳିଯାଇଛି ଏବଂ ପଞ୍ଚାୟତ ଉଦ୍ଦଘାଟିତ କରିବା ଯୋଗୁଁ ଆମେ ପୂର୍ବେ ବହୁ ଅସୁବିଧା କଷ୍ଟ ରେ ଚାଉଳ ହେଉ କି ବୁଢା ବୁଢ଼ୀ ଭତ୍ତା ପାଇଁ 5/6କିଲୋମିଟର ଯିବାକୁ ପଡୁଥିଲା ବର୍ତ୍ତମାନ ଆମେ ଗାଁ ରେ ସେ ସରକାରୀ ଯେକୌଣସି ସୁବିଧା ପାଇ ପାରିବା ସହ ପଞ୍ଚାୟତ ରାଜ ର ଅଫିସର ବାବୁ ହେଉ କି ରାଜ ନେତା ମାନଙ୍କୁ ସିଧା ସାକ୍ଷାତ କରିପାରିବୁ ବୋଲି ପଞ୍ଚାୟତ ବାସି ପ୍ରକାଶ କରିଥିଲେ l ଅତି ସୁନ୍ଦର ଭାବରେ ଆୟୋଜନ କରି ଶାନ୍ତି ଶୃଙ୍ଖଳାରେ ସମାପନ କରି ଥିବା ବେଳେ ଏହି ଖୁସି ରେ ରାତିରେ ଏକ ସାଂକୃତିକ କାର୍ଯ୍ୟ କରିବା ସୂଚନା ପାଇଥିଲୁ l ତେଣୁ ଉକ୍ତ ସାଂକୃତିକ କାଯ୍ୟ ନାଟକକୁ ଦର୍ଶକ ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି l

 କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ