।। ଝିଗିଡି, ପ୍ରାଥମିକ ସେବାଶ୍ରମ ଦ୍ବିତୀୟ ବାର୍ଷିକ ଉତ୍ସଵ ଅନୁଷ୍ଠିତ ।।

Mar 23, 2024 - 15:49
 0  16
।। ଝିଗିଡି, ପ୍ରାଥମିକ ସେବାଶ୍ରମ ଦ୍ବିତୀୟ ବାର୍ଷିକ ଉତ୍ସଵ ଅନୁଷ୍ଠିତ ।।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ରେ ଅବସ୍ଥିତ ଥିବା ଝିଗିଡି ପ୍ରାଥମିକ ସେବାଶ୍ରମ ରେ ପ୍ରଧାନ ଶିକ୍ଷକ ପି ଶ୍ରୀନୁବାସ ରାଓ ଙ୍କ ନେତୃତ୍ବରେ ମହାଆଡମ୍ବର ସହ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ବିଷମକଟକ ବ୍ଲକ, ସମ୍ମାନିତ ଅତିଥି ଭିଷିକେଶନ ଵାଗ ପୂର୍ବତନ ସଭାପତି ଏନ ୟୁ କେ ଏସ ଓ ଏସ ଏନ୍ ଏସ ଓଡିଶା, ଶ୍ରୀ ବାମନ ମୂର୍ତ୍ତି କୋର ଏଚ ଏମ ଆମ୍ବାଦଲା, ଶ୍ରୀଯୁକ୍ତ ପ୍ରଦିପ କୁମାର ଚଉଧିରୀ କାର୍ଯ୍ୟରତ ଉପସଭାପତି ଏନ୍ ୟୁ କେ ଏସ ଓ ଏସ ଏନ୍ ଏସ ରାୟଗଡ଼ା ୟୁନିଟ, ଶ୍ରୀଯୁକ୍ର ତିରୁମାଲା ଵଦାନ କାର୍ଯ୍ୟରତ ସାଙ୍ଗଠାନିକ ସ ,ଦକ, ମୁଖ୍ୟ ବକ୍ତା ଶ୍ରୀମତୀ ଶୁଭପ୍ରଦା ସାସମ୍ମଲ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିଷମକଟକ, ସୁରେଶ ଚନ୍ଦ୍ର ସାହୁ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ କପାପଦର,ରଘୁମଣି ଶବର, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ଗତିଗୁଡା, ସୁରେନ୍ଦ୍ର ଆଚାର୍ଯ୍ୟ ପ୍ରଧାନ ଶିକ୍ଷକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆରିସାକାଣି, ହରିଦାସ ଵାତ୍ରା ସି ଆର ସିସି ବିଷମକଟକ, ପୂର୍ଣ୍ଣଚନ୍ଦ୍ର ପିଡିକାକା ଚେୟାର ପେରସନ ବିଦ୍ୟାଳୟ ପରିଚାଳନା କମଟି ଝିଗିଡି,ଆଜି ପ୍ରଥମେ ଜଗନ୍ନାଥ ଙ୍କ ଫୋଟ ଚିତ୍ର କୁ ଧୂପ ଦୀପ ଦେଇ ଦିପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସଵ ଉଦଘାଟନ କରିଥିଲେ । ଏହି ବାର୍ଷିକ ଉତ୍ସଵ ରେ ଛାତ୍ର ଛାତ୍ରୀ ଙ୍କ ଖେଳ ପ୍ରତିଯଗିତା ରେ ପ୍ରଥମ, ଦ୍ୱତୀୟ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ମାନପତ୍ର ଓ ଟ୍ରଫି ବିତରଣ କରିଥିଲେ ।ପ୍ରଧାନ ଶିକ୍ଷକ ପି ଶ୍ରୀନୁବାସ ରାଓ ସରକାରୀ କର୍ମ ଚାରି ମାନେ ବରିଷ୍ଟ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେବାସହ ଅଙ୍ଗ ବସ୍ତ୍ର ଓ ଉପ ଢ଼କଣି ଦେଇ ଉପସ୍ଥିତ ସନମ୍ମାନୀୟ ଅତିଥି ମାନଙ୍କୁ ସମ୍ମାନୀତ କରିଥିଲେ । ଝିଗିଡି ପ୍ରାଥମିକ ସେବାଶ୍ରମର ସ୍କୁଲ ର ଶିକ୍ଷକ ମାନେ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ରହିଥିବା ବେଳେ ଏହି ବାର୍ଷିକ ଉତ୍ସଵ ରେ ବହୁ ସଂଖ୍ୟାରେ ଗ୍ରାମ ବାସି ଓ ଅଭିଵାଵକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ହୋଇ ଆନନ୍ଦ ଉପଭୋଗ କରିଥିଲେ l ଶେଷରେ ଏହି ବାର୍ଷିକ ଉତ୍ସବରେ ଶତାଧିକ କୁନି କୁନି ଛାତ୍ର ଛାତ୍ରୀ ଓ ଗ୍ରାମର ପୁରୁଷ ମହିଳା ଓ ଅବିଭାବକମାନେ ଯୋଗ ଦେଇଥିବା ବେଳେ,ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ ସାହୁ, ଅଜିତ କୁମାର ପାଢି ଏବଂ ତ୍ରିପତି ହିକୋକା ମଞ୍ଚ ପରିଚାଳନା କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ