।। ଜ଼ିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ସମାରୋହ 2023 ବଡ ଆଡମ୍ବର ସହ ପାଳନ ହୋଇଯାଇଛି ।।

Dec 4, 2023 - 22:36
 0  33
।। ଜ଼ିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ସମାରୋହ 2023 ବଡ ଆଡମ୍ବର ସହ ପାଳନ ହୋଇଯାଇଛି ।।

ନୂଆପଡା : ସ୍ଥାନୀୟ ସଦର କଲ୍ୟାଣ ମଣ୍ଡପ ଠାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଅବସରରେ ସକାଳ 7ଟା ସମୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ, ପରଦା ଏନଜିଓର ବୋଲେଣ୍ଟିୟର୍ସ ଓ ଜୟ ମା ସାରଳା ସ୍ଵଂୟ ସହାୟକ ଗୋଷ୍ଟି ର ସଦସ୍ୟ ଏବଂ ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏକ ସଚେତନତା ରାଲିରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲେ l ଏହି ସଚେତନତା ରାଲିକୁ ନୂଆପଡା ଅତିରିକ୍ତ ଜ଼ିଲ୍ଲାପାଳ ଭୀମସେନ ଶବର ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ l ଜ଼ିଲ୍ଲା ସାମଜିକ ସୁରକ୍ଷl ଓ ଭିନ୍ନକ୍ଷମ ଜ଼ିଲ୍ଲା ଅଧିକାରୀ ଅନନ୍ତ କୁମାର ହେମରମଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୂଆପଡା ଉପଜ଼ିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଆରଏସଇଟିଆଇର ନିର୍ଦେଶକ, ଆଲୋକ କୁମାର ଜୋସେପ ସୁନା ଏଏସଆଇ ସଦର ଥାନା ନୂଆପଡା, ଜ଼ିଲ୍ଲା ଭିନ୍ନକ୍ଷମ ସଂଘର ସଭାପତି ଅଚୁତl ସୁନାନୀ, ମଦର ଟେରେସା ଏନଜିଓର ଚେୟାରମ୍ୟାନ ସେଶଦେବ ପ୍ରଧାନୀ, ପରଦା ଏନଜିଓର ଚେୟାରମ୍ୟାନ ରୁଦ୍ର ପଟ୍ଟନାୟକ, ପ୍ରିନସିପାଲ ଏମଆର ସ୍କୁଲ ତାନୱlଟ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ରହି ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରୀକ ବିକାଶ ନିମନ୍ତେ ପିତାମାତା ଅଗୁରୁଜନ ମାନେ ମିଳିତ ଭାବରେ ପ୍ରୟାସ ଜାରି ରଖିବା ନିମନ୍ତେ ମତପୋଷଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲାର ପ୍ରଥମ ମୁକ ଓ ବଧିର ସ୍ନାତକ ଡିଗ୍ରୀ ହାସଲ କରିଥିବା ପଦ୍ମାବତୀ ଧରୁଆଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କାଯାଇଥିବାବେଳେ ଜ଼ିଲ୍ଲାସ୍ତରୀୟ ନିବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଭିନ୍ନକ୍ଷମ ଛlତ୍ରଛାତ୍ର୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସେହିପରି ଜ଼ିଲ୍ଲାରେ ଚାଲୁଥିବା 2ଟି ସ୍ୱତନ୍ତ୍ର ବିଦ୍ୟଳୟ ବିଜୁ ପଟନାୟକ ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ବଂଜାରୀ ସ୍ୱତନ୍ତ୍ର ବିଦ୍ୟାଳୟ ର ଛlତ୍ରଛାତ୍ର୍ରୀ ମାନଙ୍କ ପାଇଁ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତାରେ ପୁରସ୍କାର ପ୍ରଦାନ କରାଯାଇଥିଲା l ଦିଲୀପ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିବାବେଳେ ଜ଼ିଲ୍ଲା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲାବେଳେ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଗୁପ୍ତ ପରିବହନ ରହିତ କୁମାର ରଣା, ମନୋଜ ଭୋଇ, ଲକ୍ଷ୍ମଣ ଦଣ୍ଡସେନା, ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ