।। ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ପାରିତ ।।

Mar 23, 2023 - 21:45
 0  19
।। ଛତିଶଗଡ଼ ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ପାରିତ ।।

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଛତିଶଗଡ଼ର କଂଗ୍ରେସ ସରକାର ପଦକ୍ଷେପ ନେଇଛନ୍ତି। ଛତିଶଗଡ ବିଧାନସଭା ବୁଧବାର 'ଛତିଶଗଡ ମିଡିଆ ପର୍ସନ ସୁରକ୍ଷା ବିଲ୍ ୨୦୨୩' ପାରିତ କରିଛି। ଯାହା ଗଣମାଧ୍ୟମ ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇବ। ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ଏହି ବିଲର ଲକ୍ଷ୍ୟ ରଖିଛି। ଏହାକୁ ଐତିହାସିକ ବିଲ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି। ବିରୋଧୀ ବିଜେପି ବିଧାୟକମାନେ ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପରୀକ୍ଷା ପାଇଁ ପଠାଇବାକୁ ଦାବି କରିଥିଲେ। ଯାହାକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଥିଲେ। ଛତିଶଗଡରେ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାର ଇସ୍ତାହାରରେ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ୍ ଆଣିବାକୁ ପ୍ରତିଶୃତି ଦେଇଥିଲା। ଏହି ବିଲ୍ ପାରିତ ହେବାପରେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଯେ ଏହା ସାମ୍ବାଦିକମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବ। ସେହିପରି ଛତିଶଗଡ଼ ସାମ୍ବାଦିକଙ୍କ ସାମଗ୍ରୀକୁ ମଧ୍ୟ ଏହି ଆଇନ ସୁରକ୍ଷା ଦେବାରେ ସହାୟକ ହେବ। ଅନେକ ସମୟରେ ହିଂସା ଓ ଆକ୍ରମଣ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଗଣମାଧ୍ୟମ ସଂସ୍ଥାର କ୍ୟାମେରା, ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ। ଆଗକୁ ସାମ୍ବାଦିକମାନେ ମାନେ ନିର୍ଭୟରେ କାମ କରିପାରିବେ ବୋଲି ସେ କହିଛନ୍ତି। ଏହି ଆଇନ କାର୍ଯ୍ୟକାରୀ କରିବାକୁ ଅନେକ ଥର ଦାବି କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ୨୦୧୯ରେ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ଆଫାବ ଆଲାମଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। ସମସ୍ତ ପକ୍ଷଙ୍କ ପରାମର୍ଶ କ୍ରମେ ଏହି ଆଇନ ପ୍ରସ୍ତୁତ କରାଯାଇଛି। ଏହି ଦିନଟି ଐତିହାସିକ ଦିନ ବୋଲି ସେ କହିଛନ୍ତି। ବିରୋଧୀ ଦଳର ନେତା ନାରାୟଣ ଚାନ୍ଦେଲ ଏବଂ ଅଜୟ ଚନ୍ଦ୍ରକରଙ୍କ ସମେତ ବିଜେପି ବିଧାୟକମାନେ ବିଲକୁ ନେଇ ଆପତ୍ତି ଉଠାଇଛନ୍ତି। ବିରୋଧୀ କହିଛନ୍ତି ଯେ, ବିଲ ସମ୍ପର୍କରେ ରାଜ୍ୟର ପ୍ରତିଷ୍ଟିତ ଗଣମାଧ୍ୟମର ସଂପାଦକ, ଏଡ଼ିଟର ଗିଲଡ୍ , ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କିମ୍ବା ପ୍ରେସ କ୍ଲବ ସହ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିନାହାନ୍ତି। ଏହି ବିଲକୁ ବିଧାନସଭାର ଯାଞ୍ଚ କମିଟି ନିକଟକୁ ପଠାଇବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ସାମ୍ବାଦିକଙ୍କ ସ୍ୱାର୍ଥ ବିରୋଧରେ ଏହି ବିଲକୁ ବିଜେପି ଅଟକାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିରୋଧୀ ଦଳର ଦାବିକୁ ବାଚସ୍ପତି ଚନ୍ଦ୍ରଦାସ ମହନ୍ତ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେପି ବିଧାୟକମାନେ କହିଛନ୍ତି ଯେ ସେମାନେ ଏହି ଆଇନକୁ ସମର୍ଥନ କରୁଛନ୍ତି। କିନ୍ତୁ ବିଲ ପାରିତର ତରିକା ଠିକ୍‌ ନଥିଲା ବୋଲି ସେମାନେ କହିଛନ୍ତି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ