।। ଘରେ ଘରେ କଂଗ୍ରେସ ର ପଦଯାତ୍ରା ।।

Oct 16, 2023 - 12:05
 0  50
।। ଘରେ ଘରେ କଂଗ୍ରେସ ର ପଦଯାତ୍ରା ।।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଆହ୍ୱାନ ରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା l ଏଥିରେ ମୁଖ୍ୟ ଅତିଥି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଚାରକ ବୀଜୟ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ଆଶାୟୀ ପ୍ରାର୍ଥୀ ତଥା ବସନ୍ତ ପଡା ସରପଞ୍ଚ ଯୁବ କଂଗ୍ରେସ ନେତା ଚାଞ୍ଚେର ମାଝୀ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମଦ୍ଧ ସାହେବ, ରାଜ୍ୟ ମହିଳା ସଂଗଠନର ସମ୍ପାଦକ ତଥା ପି. ସି. ସି ସଦସ୍ୟ ଦ୍ରୌପଦୀ ମାଝୀ,ଯୁବ ନେତା ରାଜେନ୍ଦ୍ର ମାଳି, ଜିଲ୍ଲା ଯୁବ ଛାତ୍ର ସଭାପତି ସୁଶାନ୍ତ ପ୍ରଧାନୀ, ନର୍ଲା ବ୍ଲକ ସଭାପତି ସମିର ଚାନ୍ଦ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଙ୍ଗଠନ ସୋରଜ ବାଗ,ଲାଞ୍ଜିଗଡ ବ୍ଲକମୁଖ୍ୟାଳୟ ବିଶ୍ୱନାଥପୁର କଲେଜ ଛକ ଠାରୁ ତିନି ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଙ୍କ ସହିତ ଚମ୍ପା ଦେଇପୁର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ l କଂଗ୍ରେସ ଥୁଆମୂଳ ରାମପୁର,ଲାଞ୍ଜିଗଡ କରଲାମୁଣ୍ଡା ରୁ ବିଜେପି ବିଜେଡି ଛାଡି ତିନିଶହ ଜଣ କଂଗ୍ରେସ ରେ ସାମିଲ ହୋଇ ଥିଲେ l ଏହା ଚାଞ୍ଚେର ମାଝୀ ନେତୃତ୍ୱ ରେ ସଭା ହୋଇ ଥିଲା l ଘରେ ଘରେ କେମିତି ହାତ ପହଞ୍ଚିବ ତାହା ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ