।। ଖରିଆର ରୋଡ ରେଲୱେ ଷ୍ଟେସନ ପରିସରରେ ଭୂମି ପୂଜନ ଅନୁଷ୍ଠିତ ।।

Aug 6, 2023 - 21:04
 0  83
।। ଖରିଆର ରୋଡ ରେଲୱେ ଷ୍ଟେସନ ପରିସରରେ  ଭୂମି ପୂଜନ ଅନୁଷ୍ଠିତ ।।

ନୂଆପଡା : (କୋରାପୁଟ ପ୍ରଥମ ଖବର )ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ରେଲୱେ ଷ୍ଟେସନ ପରିସରରେ ଅମୃତ ଯୋଜନା ଅନ୍ତର୍ଗତ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କୋରୋ କୋମଳ ଦ୍ୱାରା ଭୂମି ପୂଜନ ଅନୁଷ୍ଠିତ ହୋଇ ଯାଇଛି l

ଏହି ମହତ୍ୱ ପୁର୍ଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଖରିଆର ରୋଡ ରେଲୱେ ଷ୍ଟେସନ ପରିସରରେ କରାଯାଇଥିଲା l ଉକ୍ତ ଭୂମି ପୂଜନରେ ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ଶୁଭ ଭୂମି ପୂଜନରେ ଉପସ୍ଥିତ ଥିବାବେଳେ ଖରିଆର ରୋଡ ନଗର ପାଳ ସୋନିଆ ଜୈନ, ଉପ ନଗର ପାଳ ଶ୍ରୀ ନିଶାନ୍ତ ଡାଗା, ଗୋଲଡି ଅଗ୍ରୱାଲ ଏବଂ ଅଭିନନ୍ଦନ ପଣ୍ଡା ଏବଂ ନଗରର ବରିଷ୍ଠ ନାଗରିକ ଏହି ଭୂମି ପୂଜନରେ ଉପସ୍ଥିତ ଥିଲେ l

ଦେଶର 508ଗୋଟି ରେଲୱେ ଷ୍ଟେସନର ପୁନ୍ନ ବିକାଶ ପାଇଁ ଅମୃତ ଯୋଜନା ଅନ୍ତର୍ଗତ ରେଲୱେ ଷ୍ଟେସନର ବିକାଶ କୁ ଆଖି ଆଗରେ ରଖି ଓଡ଼ିଶାର 57ଗୋଟି ରେଲୱେ ଷ୍ଟେସନ ୱାର୍ଲଡ କ୍ଳlସ ରେଲୱେ ଷ୍ଟେସନକୁ ପରିବର୍ତନ କରାଯାଉଥିବାବେଳେ 13 କୋଟି 70 ଲକ୍ଷ ବ୍ୟୟରେ ହେବାକୁ ଯାଉଥିବା ଖରିଆର ରୋଡ ରେଲୱେ ଷ୍ଟେସନ କୁ ମଧ୍ୟ ଏଥିରେ ସାମିଲ କରାଯାଇଛି l ଏହାର ବିକାଶ ମଧ୍ୟରେ ଦିବ୍ୟାଙ୍ଗ ମାନଙ୍କୁ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ତଥା ସମସ୍ଥ ନାଗରିକ ମାନଙ୍କୁ 3ଗୋଟି ପ୍ଲାଟଫର୍ମ କୁ ଯୋଡିବା ସହ 3ଗୋଟି ଲିଫ୍ଟର ସୁବିଧା ହେବାକୁ ଥିବାବେଳେ ଷ୍ଟେସନର ଆରପାରିରେ ଥିବା ଫୁଟଭର ବ୍ରିଜ଼ ନିକଟରେ ଟିକଟ କାଉଣ୍ଟର ସହ ଯାତ୍ରୀ ପ୍ରତିକ୍ଷ୍lଲୟ ଏବଂ ଷ୍ଟେସନ ପରିସରରେ ଉଚ୍ଚସ୍ତରୀୟ ପ୍ଲାଟଫର୍ମ ଉନ୍ନତ ମାନର ସେଡ ନିର୍ମାଣ ତଥା ସୁନ୍ଦର ଜଗମଗ ହେଉଥିବା ଲାଇଟ ଦ୍ୱାରା ଷ୍ଟେସନ ପରିସରକୁ ସୌନ୍ଦର୍ଯ୍ୟ କରଣ କରିବା ସହ 300ଶହ ମୋଟର ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ରହିଛି l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ