।। ଖରିଆର ରୋଡ ଏନଏସିରେ ସ୍ଵାଧୀନତା ଦିବସ ପାଳିତ ।।

Aug 16, 2023 - 21:17
 0  37
।। ଖରିଆର ରୋଡ ଏନଏସିରେ ସ୍ଵାଧୀନତା ଦିବସ ପାଳିତ ।।

ନୂଆପଡା :(କୋରାପୁଟ ପ୍ରଥମ ଖବର) ନୂଆପଡା ଜ଼ିଲ୍ଲା ଅନ୍ତର୍ଗତ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମିନି ଷ୍ଟାଡ଼ିୟମ ଠାରେ ହସ ଉଲ୍ଲାସ ସହ 77ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l

ଉକ୍ତ ଅବସରରେ ଖରିଆର ରୋଡ ନଗରପାଳ ସୋନିଆ ଜୈନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଯୋଗ ଦେଇ ନଗର ବସୀଙ୍କୁ ଉଦବୋଧନରେ ଆମ ସମସ୍ତଙ୍କୁ ମନମୁଗ୍ଧ କରିଥିଲା l ଉଦବୋଧନରେ ଆମ ଦେଶ ଭାରତର ଚନ୍ଦ୍ର ଜାନ 3କୁ ଚନ୍ଦ୍ର ପୃଷ୍ଟରେ ସଫଳ ଭାବରେ ଅବତୀର୍ଣ କରିବାକୁ ଯାଉଛି l ସେହିପରି ଆମେ ମଧ୍ୟ ଆମ ଦେଶକୁ ଗଠନ କରିବା ପାଇଁ ଜଣେ ସଚେତ ନାଗରିକ ଭାବରେ ଆମର କର୍ତବ୍ୟ ପାଳନ କରିବା ପାଇଁ ପ୍ରତିଶ୍ରୁତି ନେବା l ଆମ ଦେଶର ସ୍ୱାଧୀନତା ବଜାଇ ରଖିବା ପାଇଁ ଆମେ ସମସ୍ଥେ ଭାରତୀୟର ପରିଚୟ ପାଇଲେ ଗର୍ବ ଅନୁଭବ କରିବା ସହ ନଗରକୁ ସ୍ଵଚ୍ଚ ଓ ସୁନ୍ଦର କରିବାପାଇଁ ନଗର ବାସୀଙ୍କୁ ଆୱାନ କରିଥିଲେ l

ଉକ୍ତ ଅବସରରେ ଖରିଆର ରୋଡ ଉପନଗରପାଳ ନିଶାନ୍ତ ଡାଗା, କାର୍ଯ୍ୟ ନିର୍ବାହୀ ଅଧିକାରୀ କମଲାସନ ରଥ, କଳାହାଣ୍ଡି ସାଂସଦ ପ୍ରତିନିଧି ସୋମନାଥ ଅଗ୍ରୱାଲ, ଗୋଲଡି ଅଗ୍ରୱାଲ, 216 ବାଟାଲିଅନ ସିଆରପିଏଫ ଡେପୁଟି କମାଣ୍ଡେଣ୍ଡ ମୁକେଶ କୁମାର ଯୋଗ ଦେଇଥିଲେ l ଏହି ପରିପ୍ରେକ୍ଷୀରେ ସିନିୟର ଓ ଜୁନିଅର ସ୍କୁଲର ଗ୍ରୁପ ପରେଡରେ ଭାଗ ନେଇଥିଲେ ଉକ୍ତ ପରେଡରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅକ୍ତିଆର କରିବା ସହ ଦ୍ୱିତୀୟ ସ୍ଥାନରେ ନବ ଜ୍ୟୋତି ବିଦ୍ୟାଳୟ ଅକ୍ତିଆର କରିଥିବାବେଳେ ତୃତୀୟ ସ୍ଥାନରେ ଜ୍ଞାନ ଜ୍ୟୋତି ବିଦ୍ୟାଳୟ ଅକ୍ତିଆର କରିଥିଲା l ଏହା ପରେ ରଙ୍ଗାରଙ୍ଗ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବେବେଳେ ଦେଶାତ୍ମକବୋଧ ନୃତ୍ୟ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ଅଵସରରରେ ନଗରର ଗଣମାନ୍ୟ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକ ତଥା ଏନଏସିର ସମସ୍ଥ କର୍ମଚାରୀ ଉପସ୍ଥିତ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷl କରିବା ପାଇଁ ପୋଲିସ ଫୋର୍ସ ମୃତୟନ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ