କୃଷି କ୍ଷେତ୍ରକୁ ବିଷମୁକ୍ତ କରିବାକୁ ଆହ୍ବାନ।

Mar 1, 2025 - 21:19
 0  11
1 / 1

1.

କୃଷି କ୍ଷେତ୍ରକୁ ବିଷମୁକ୍ତ କରିବାକୁ ଆହ୍ବାନ।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କ୍ଲଷ୍ଟର କମିନିଟି ହାଲଠାରେ, ଆଜି କୃଷି ବିଭାଗ ତରଫରୁ 

କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଅନେକ ଯୋଜନା ଚାଷୀ ଭାଇଙ୍କର ଉନ୍ନତି ନିମନ୍ତେ କାର୍ଯ୍ୟକାରୀ ହେଉଅଛି ।ଏହି ଅବସରରେ ସିମଫେଡ଼ ରାୟଗଡ଼ଙ୍କ ଆନୁକୂଲ୍ୟରେ ଓ ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ରାୟଗଡ଼ ଙ୍କ ସୌଜନ୍ୟରେ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି ଯୋଜନାରେ ଏକ ଦିବସୀୟ କର୍ମଶାଳା ମୁନିଗୁଡା ଗୋଷ୍ଠୀ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇ ଯାଇଅଛି । ବିଶେଷ ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ କରଙ୍କ ସଭାପତିତ୍ବରେ ଓ ସହକାରୀ ବୈଷୟିକ ପରିଚାଳକ ଉତ୍ତମ କୁମାର ଦାସ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବିଷମକଟକ ନିର୍ବାଚନ ମଣ୍ଡଳୀ ଶ୍ରୀଯୁକ୍ତ ନୀଳମାଧବ ହିକକା, ସମ୍ମାନୀତ ଅତିଥି ଭାବେ ତହସିଲଦାର ମୁନିଗୁଡା ଶ୍ରୀମତୀ ଏମ୍ ଅନୁରାଧା, ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ସାହୁ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ତଥା ଆଇନଜିବୀ ବିଷମ କଟକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟ୍ଟନାୟକ ,କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ଶ୍ରୀଯୁକ୍ତ ଚିତ୍ତ ରଂଜନ ଶତପଥି, ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ ମୁଖ୍ୟ ଡ. ସୁସ୍ମିତା ମହାନ୍ତି , ଗୋଷ୍ଠୀ କୃଷି ଅଧିକାରୀ ବିଷମ କଟକ ଓ ମୁନିଗୁଡା ଶ୍ରୀଯୁକ୍ତ ରାହୁଲ କୁମାର ନାୟକ ଓ ଶ୍ରୀଯୁକ୍ତ କାଳନ୍ଦୀ ପରିଡ଼ା,ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ପରିମିତା ବିଶ୍ଵାଳ,ପ୍ରାକ୍ତନ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ,ସମାଜସେବୀ ତଥା ଜୈବିକ କୃଷିବିତ୍ ଡ. ଗୌରାଙ୍ଗ ଚରଣ ରାଉତ, ଏ .ଜି .ଏମ୍ ସିମଫେଡ଼ ଦିଲ୍ଲୀ ସୁନିତ୍ ତୋମାର୍ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ।ପ୍ରଥମେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ପ୍ରଭୁ ଜଗନ୍ନାଥଙ୍କ ପଦାର ବିନ୍ଦରେ ପ୍ରଦୀପ ପ୍ରଜ୍ବଳନ,ପୁଷ୍ପ ମାଲ୍ୟ ଅର୍ପଣ,ଧୂପ ପ୍ରଜ୍ବଳନ ଓ ଶୁଭ ନାରିକେଳ ଭାଙ୍ଗି ସଭା ଉଦ୍ଘାଟନ କରିଥିଲେ।ଏହାପରେ ସଭାପତି ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟକ୍ରମର ରୂପରେଖ ବିଶେଶ ଭାବରେ ଏହି ଯୋଜନାରେ ଆମ ଜିଲ୍ଲା ରେ ହେଉଥିବା ବିଭିନ୍ନ ଜୈବିକ ଚାଷ,ଏହାର ଉପକାରିତା ଓ ଚାଷୀ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ।ଏହାପରେ ବଶିଷ୍ଠ ବୈଜ୍ଞାନିକ ହାଣ୍ଡିଖତ, ପଞ୍ଚଗବ୍ୟ,ଗୋବର ଓ ଗୋମୁତ୍ର ପରିଚାଳନା ମାଧ୍ୟମରେ ମାଟିର ସୁରକ୍ଷା, ପରିବେଶ ସୁରକ୍ଷା ସହ ନିରୋଗ ରହିବା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ପରେ ପରେ ଗୋଷ୍ଠୀ କୃଷି ଅଧିକାରୀ ମୁନିଗୁଡା ଓ ବିଷମ କଟକ, ପ୍ରାକ୍ତନ ଜିଲ୍ଲା ମଙ୍ଗଳ ଅଧିକାରୀ, ସାଂସଦ ପ୍ରତିନିଧି ଓ ସମାଜ ସେବୀ ଜୈବିକ କୃଷି ମାଧ୍ୟମରେ ଏକ ସୁସ୍ଥ ନିରୋଗ ଓ ସବୁଜମୟ ପୃଥିବୀ ସୃଷ୍ଟି କରିବା ପାଇଁ ସଂକଳ୍ପ ବଦ୍ଧ ହେବା ସହ ବୃକ୍ଷ ରୋପଣ,ଜଙ୍ଗଲକୁ ନିଆଁ କବଳରୁ ରକ୍ଷା ଓ ଯିବେ ଦୟା ପ୍ରମୁଖ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ପରିଶେଷରେ ମୁଖ୍ୟ ଅତିଥି ମାଣ୍ଡିଆ ଚାଷ, ପାରମ୍ପରିକ କୃଷି ଓ ଜୈବିକ ସନ୍ତୁଳନ ରକ୍ଷା କରିବା ସହ ସରକାରଙ୍କର ବିଭିନ୍ନ ଯୋଜନା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଉପସ୍ଥିତ ସାମ୍ୱାଦିକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା।ଏହାସହ ବିଷମ କଟକ ଓ ମୁନିଗୁଡା ବ୍ଳକର ସାତଟି ପଞ୍ଚାୟତର ଚଉଦ ଜଣ ସି.ଆର. ପି ଓ ଏଲ୍. ଆର୍. ପି ଙ୍କୁ ଅତିଥିଙ୍କ ଦ୍ଵାରା ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପ୍ରମାଣ ପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ମୁଖ୍ୟ ଭାବେ ଆର୍. ସି.ଡ଼ି. ସି ଶ୍ରୀ ଅନ୍ନ ଅଭିଯାନ ମିଲେଟ୍ ମିଶନ ର ବ୍ଲକ୍ ସଂଯୋଜକ ଚୈତନ୍ୟ ପ୍ରଧାନଙ୍କ ଦ୍ଵାରା ମାଣ୍ଡିଆର ପ୍ରସ୍ତୁତ ଖାଦ୍ୟ ମେଳା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ଏହା ସହ ଉଦ୍ୟାନ ବିଭାଗ,ବି.ପି.କେ.ପି ଓ ଭୈରବଗଡ଼ର ଦାସ ବାବୁଙ୍କ ଜୈବିକ ଷ୍ଟଲ୍ ସମସ୍ତକୁ ପ୍ରଭାବିତ କରିଥିଲା ଓ ଅତିଥିଙ୍କ ଦ୍ଵାରା ସମସ୍ତଙ୍କୁ ସମ୍ମାନୀତ କରାଯାଇଥିଲା। ଆଦର୍ଶ ଜୈବିକ ଚାଷୀ ମୁନିଗୁଡା ବ୍ଲକର ତେଲେଙ୍ଗାପଦର ଗ୍ରାମ ପଞ୍ଚାୟତର ବିଭୀଷଣ ଜାଜେଶିକା, ରାମାରାଓ ଚିଟିଦୋର, ବିଷମ କଟକ ବ୍ଲକର ଡୁକୁମ୍ ପଂଚାୟତର ଅଞ୍ଚଳ ମୁଦ୍ରିକାଙ୍କୁ ମୁଖ୍ୟ ଅତିଥିଙ୍କର ସମ୍ମାନୀତ କରାଯାଇଥିଲା।ମାନଙ୍କ ସହକାରୀ ବୈଷୟିକ ପରିଚାଳକ ରଙ୍କ ନିଧି ପ୍ରଧାନ, ସମସ୍ତ କୃଷି ଅଧିଦାର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ ସି. ଆର. ପି, ଏଲ.ଆର.ପି ଅଜିତ କୁମାର ମହାରଣା, ତ୍ରିନାଥ ପିଡିକାକା, ପ୍ରହଲ୍ଲାଦ କାଶି, ମହେନ୍ଦ୍ର ଗରଡିଆ, ଜଗନ୍ନାଥ ମାଣ୍ଡିକା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସହଯୋଗ କରିଥିଲେ।ଶେଷରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ଶତପଥି ସମୁହିକ୍ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ