।। ନାମାଙ୍କନପତ୍ର ଦାଖଲ କରି ଶକ୍ତି ପ୍ରଦର୍ଶନ କଲା ବିଜେପି: ବିଜେପି,ଅନନ୍ତ,ମୋହନ ଏବଂ ଅଖିଳ କଲେ ନାମାଙ୍କନ ।।

May 3, 2024 - 19:53
 0  34
।। ନାମାଙ୍କନପତ୍ର ଦାଖଲ କରି ଶକ୍ତି ପ୍ରଦର୍ଶନ କଲା ବିଜେପି: ବିଜେପି,ଅନନ୍ତ,ମୋହନ ଏବଂ ଅଖିଳ କଲେ ନାମାଙ୍କନ ।।

କେନ୍ଦୁଝର ବିଜେପିଦଳ ର ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ଅଖିଳ ନାଏକ ବିଧାନସଭା ଆସନ ର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଓ ଶୁକ୍ରବାର ଦିନ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।କାଳୀ ପଡିଆ ଠାରୁ ବିଜେପିର ହଜାର ହଜାର କର୍ମୀ ଓ ସମର୍ଥକ ଙ୍କ ସହ ଏକ ବିରାଟ ସଭାଯାତ୍ରାରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ ମାନେ । ଜନସମୁଦ୍ର ପରି ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଆଦିମ ଜନଜାତି ଜୁଆଙ୍ଗଙ୍କ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ଓ ନୃତ୍ୟ ସହ ଆଦିବାସୀ ପାରମ୍ପରିକ ନୃତ୍ୟ,ମାଦଳ,ଢୋଲ ବଜାଇ ନାଚ ଗୀତ ଭିତରେ ଏକ ସୁସଜ୍ଜିତ ଗାଡି ରେ ଯୋଡହସ୍ତ ରେ ଦଣ୍ଡାୟମାନ ହୋଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ପହଞ୍ଚି ଥିଲେ ପ୍ରାର୍ଥୀ ମାନେ । କେନ୍ଦୁଝର ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ର ପଞ୍ଚମ ଦିନରେ ବିଜେପି ଦଳ ର ସାଂସଦ ଓ ଦୁଇ ଜଣ ବିଧାୟକ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ଅନନ୍ତ ନାଏକ ଓ ଅଖିଳ ନାଏକ ସମର୍ଥକଙ୍କ ସହିତ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଅନନ୍ତ ନାୟକ ଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ବେଳେ ଅଖିଳ ନାଏକ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ନାମାନଙ୍କ ପତ୍ର ଦାଖଲ କରିଥିଲେ। ସେହିପରି ବିଜେପି ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ କେନ୍ଦୁଝର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମର୍ଥକ ଙ୍କ ସହିତ ପହଞ୍ଚି ଉପଜିଲ୍ଲାପାଳ ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ର ଏହି ଶୋଭାଯାତ୍ରାରେ ପ୍ରାର୍ଥୀ ମାନଙ୍କ ସହ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ଫାଗନ ସିଂ କୁଲସ୍ତେ,ତେଲକୋଇ ବିଧାୟକ ପ୍ରାର୍ଥୀ ଫକିର ମୋହନ ନାଏକ,ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଉଖୁଣ୍ଡା ମଣ୍ଡଳ ସଭାପତି ପ୍ରବୀର ରଞ୍ଜନ ବାରିକ,କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ଭାବଗ୍ରାହୀ ମହାନ୍ତଙ୍କ ସମେତ ବହୁ ରାଜ୍ୟ ସ୍ତରୀୟ ନେତୃବୃନ୍ଦ। ପ୍ରାର୍ଥୀ ପତ୍ର ଦାଖଲ ପରେ ନରେନ୍ଦ୍ର ମୋଦି ଙ୍କ ବିକାଶମୁଖି ଯୋଜନା କେନ୍ଦୁଝର ର ଘରେ ଘରେ ପହଞ୍ଚାଇବା ସହ ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦୁଝର ଜିଲ୍ଲା ବାସୀ ଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନା ଗମନ ର ସୁବିଧା ପ୍ରତି ଦୃଷ୍ଟି ଦେବା ସହିତ କେନ୍ଦୁଝର ସଂସଦୀୟ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ପ୍ରାର୍ଥୀ ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କେନ୍ଦୁଝର ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ