।। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଙ୍କ ପ୍ରଥମ କାର୍ଯ୍ୟ,କଳାହାଣ୍ଡି ଓ ଖଡିଆଳ କୁ ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନେଇ ରେଳ ମନ୍ତ୍ରୀଙ୍କୁ ସାକ୍ଷାତ ।।

ନୂଆପଡା : କଳାହାଣ୍ଡି ସାଂସଦ ମାଳବିକା ଦେବୀ ବିଜେପି ଦଳୀୟ ପ୍ରାର୍ଥୀ ରୂପେ ବିଜୟୀ ହେବା ପରେ ଦେଇ ଥିବା ପ୍ରତିଶୃତି ପୂରଣ କରିଛନ୍ତି । ସାଂସଦ ରୂପେ ତାଙ୍କ ପ୍ରଥମ କାର୍ଯ୍ୟ, କଳାହାଣ୍ଡି ଓ ଖଡିଆଳ କୁ ରେଳ ପ୍ରକଳ୍ପ ଆରମ୍ଭ ନେଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । କଣ୍ଟାବାଞ୍ଜି ଠାରୁ ନବରଙ୍ଗପୁର ଭାୟା ଖଡ଼ିଆଳ ଦେଇ ଆମାପାଣି ରେଳ ପ୍ରକଳ୍ପ କାର୍ଯ୍ୟ କୁ ଶୀଘ୍ର ତ୍ବରାନ୍ବିତ କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଦିଲ୍ଲୀ ଠାରେ ସାକ୍ଷାତ କରିଛନ୍ତି । ରେଳ ମାନଚିତ୍ର ଦେଖାଇ ରେଳ ମନ୍ତ୍ରୀ ତାଙ୍କୁ ବୁଝାଇ ଥିବା ବେଳେ ଆସନ୍ତା ଦିନେ ଖଡିଆଳ ରେ ରେଳ ଗଡିବାର ସୁନିଶ୍ଚିତ ହୋଇଥିବା ଜଣାପଡିଛି ।
ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






