କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
କୋରାପୁଟ:/ପଟ୍ଟାଙ୍ଗି (ଫାଷ୍ଟ୍ ନ୍ୟୁଜ ଓଡ଼ିଶା )ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି । ତେବେ ଦଳ ଛାଡିବାର ସେ ଏକ ରୋଚକ କାରଣ ଦର୍ଶାଇଛନ୍ତି । ଦଳକୁ ସମୟ ଦେଇ ପାରୁନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି । କୈଣସି ରାଜନୈତିକ ଦଳରେ ନରହି ଅନ୍ୟ ମାନଙ୍କ ସହଯୋଗ ରେ ନିଜେ ଗଢି ଥିବା ଦଣ୍ଡକାର୍ଣୀୟ ଦଳ ଦ୍ୱାରା ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ପାଇଁ ସଂଗ୍ରାମ କରିବି ବୋଲି ଜଣାଇଛନ୍ତି । କହିରଖିଛୁକି, ଗତ ୨୦୨୩ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଜୟରାମ ଗତ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଗତ ୧୯୭୭ରେ ଜନତା ପାର୍ଟି ଟିକେଟ୍ରେ ପଟ୍ଟାଙ୍ଗୀ ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ସେହିପରି ଗତ ୨୦୦୦ ଏବଂ ୨୦୦୪ରେ ଜୟରାମ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡିରୁ କୋରାପୁଟ ଲୋକ ସଭାକୁ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଅବକାରୀ ମନ୍ତ୍ରୀ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ଭାଜପାରୁ କୋରାପୁଟ ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ପରାଜିତ ହୋଇଥିଲେ। ବର୍ତ୍ତମାନ ସେ ପୁଣି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କହିରଖୁଛୁ କି, ଦଣ୍ଡକାରଣ୍ୟ ପର୍ବତାଞ୍ଚଳ ବିକାଶ ପରିଷଦ ଗଠନ କରି ନେତୃତ୍ବ ନେଉଛନ୍ତି ଜୟରାମ । ଏନେଇ କଂଗ୍ରେସ ଦଳର ଜିଲା ସଭାପତି ରୁପକ ତୁରୁକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବପର ହୋଇପାରି ନାହିଁ । ଅନ୍ୟପକ୍ଷରେ ଜୟରାମ ପାଙ୍ଗୀ ବିଜେପି ଦଳ ଛାଡି କଂଗ୍ରେସ ଦଳରେ ଯୋଗଦାନ ଦେବା ପରଠାରୁ ତାଙ୍କୁ ଏକ ପ୍ରକାର କୋଣ ଠେସା କରି ରଖା ଯାଇଥିବା ବେଳେ ଦଳରେ ନିର୍ବାଚିତ ହୋଇ ଆସିଥିବା ସାଂସଦ କିମ୍ବା ବିଧାୟକ ତାଙ୍କ ପ୍ରତି କୈଣସି ଗୁରୁତ୍ୱ ଦେଇ ନଥିବା ଚର୍ଚ୍ଚାର ବିଷୟ ପାଲଟିଛି ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0