।। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ କମିଟି ସଂଘ ର ବୈଠକ ଅନୁଷ୍ଠିତ ।।

Dec 26, 2023 - 18:45
 0  17
।। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର ଡିଭିଜନ କମିଟି ସଂଘ ର ବୈଠକ ଅନୁଷ୍ଠିତ ।।

ଆଜି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ଖରିଆର୍ ଡିଭିଜନ କମିଟି ବୈଠକ ସଂଘ ର ରାଜ୍ୟ ସଂପାଦକ ଶ୍ରୀ ଯଦୁମଣି ପାଣଗ୍ରାହୀଙ୍କ ନେତୃତ୍ବରେ ନୂଆପଡା ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ପାଞ୍ଚ ବର୍ଷ ହେଲା ସର୍ବ ନିମ୍ନ ମଜୁରୀ ବୃଦ୍ଧି ହୋଇନାହିଁ, ଯେଉଁଥି ପାଇଁ ସିଜିନାଲ ଷ୍ଟାଫ୍ ଙ୍କ ଦରମା ବୃଦ୍ଧି ହୋଇନାହିଁ। ଗତ ସିଜନରେ କେନ୍ଦୁପତ୍ର ଦର ବୃଦ୍ଧି ହେଲା ନାହିଁ। ସରକାର କୋରୋନା ମହାମାରୀ ସମୟରୁ ତୋଳାଳୀ ଙ୍କୁ ବୋନସ ବନ୍ଦ କରିଦେଇଥିଲେ। ଗତ ଜୁନ ଏକ ତାରିଖ ରେ ବଡ଼ ଧରଣ ର ଆନ୍ଦୋଳନ କଲା ପରେ ଶହେ ପ୍ରତିଶତ ବଦଳରେ ମାତ୍ର ପଚିଶ ପ୍ରତିଶତ ବୋନସ ଲାଗୁ ହୋଇଛି। ସାମାଜିକ ସୁରକ୍ଷା ଓ କଲ୍ୟାଣ ଯୋଜନାରେ ଦିଆଯାଉଥିବା ଝିଅ ବାହାଘର ସହାୟତା, ଚିକିତ୍ସା ସହାୟତା, ଶିକ୍ଷା ସହାୟତା ଇତ୍ୟାଦି ସହାୟତା ସବୁ ବନ୍ଦ୍ କରିଦେଇଛନ୍ତି। ଏହି ସବୁ ଦାବୀ ହାସଲ ପାଇଁ ସରକାରଙ୍କ ସହିତ ବିଭିନ୍ନ ସମୟର ଦାବୀ ପତ୍ର ପ୍ରଦାନ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିଲା ନାହିଁ।ଏଣୁ ରାଜ୍ୟ ସଂଘ ତରଫରୁ ଆସନ୍ତା ଜାନୁୟାରୀ ଦଶ ତାରିଖ ଦିନ ବିଧାନସଭା ଘେରାଉ କରାଯିବା ପାଇଁ ନଷ୍ପତ୍ତି ହୋଇଛି ଆଜିର ବୈଠକ ରେ ଏହି ଆନ୍ଦୋଳନ କୁ ସଫଳ କରିବା ପାଇଁ ପୁରା ପ୍ରସ୍ତୁତି କରାଯାଇଥିଲା। ଖରୀଆର ଡିଭିଜନ ତରଫରୁ ପ୍ରାୟ ପନ୍ଦର ଶହ ତୋଳାଳୀ ଓ ସିଜିନାଲ୍ ଷ୍ଟାଫ୍ ସାମିଲ୍ ହେବେ ବୋଲି ଆକଳନ କରାଯାଇଛି। ଆସନ୍ତା ଜାନୟାରୀ ଦୁଇ ତାରିଖ ରୁ ସାତ ତାରିଖ ମଧ୍ୟରେ ସମସ୍ତ ଛଅ ଟି ରେଞ୍ଜରେ ବୈଠକ କରାଯିାପାଇଁ ନିଷ୍ପତି ନିଆଯାଇଥିଲା। ସଭା ଆରମ୍ଭ ହେବା ପରେ ରାଜ୍ୟ ସଂପାଦକ ଶ୍ରୀ ପାଣଗ୍ରାହୀ ସଂଘ ତରଫରୁ ଶୋକ ପ୍ରସ୍ତାବ ଆଗତ କରି ବିଭିନ୍ନ ରେଞ୍ଜ ର ବିୟୋଗ ହୋଇଥିବା କର୍ମକର୍ତ୍ତା ଯଥା ସିନାପାଲି ରେଞ୍ଜ ର ପୂର୍ବ ହେଡ୍ ଚେକର ସହାଦତ ଖାନ, ମୋତିରାମ କୁଲଦୀପ, ଲଲିତ ମାଝୀ, ସୁଶାନ୍ତ ହଂସ, ମଧୁସୂଦନ ମାଝୀ, ବଲ୍ଲୁ ମାଝୀ, ଲାଲସିଂ ମାଝୀ,ଠାକୁର ସିଂ ମାଝୀ ଙ୍କ ଉଦ୍ଦେଶ୍ୟରେ ଅମର ଆତ୍ମା ର ଶାନ୍ତି ଓ ସଦଗଟି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ବୈଠକରେ ମଙ୍ଗଲ ସାଇ ବଗର୍ତ୍ତି, ନଟ ନାଗ, ରୁଦ୍ର ନାଗ, ସୁରେଶ ବେହେରା, ଭାସ୍କର ପ୍ରଧାନ, ଅବଦୁଲ ରସିଦ, ଦୋରେଶ୍ୱର୍ ପଟେଲ, ବାବୁଲାଲ ପଟେଲ,ଈଶ୍ୱର ଶବର, ଶଙ୍କର ରାଉତ, କୈଳାସ ସାହୁ, ମୁନ୍ନା ହରିଜନ, ଗୌତମ ବରିହା, ସନ୍ତୋଷ ସାହୁ,ପଦ୍ମନ୍ ମାଝୀ,ସାଲିକ ରାମ ରାଉତ ପ୍ରମୁଖ ଙ୍କ ସମେତ ପ୍ରାୟ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ