।। ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ସାହାଯ୍ୟର ହାତ ବଡାଇଛନ୍ତି ଶିକ୍ଷକ ଜ୍ଞାନ ପ୍ରକାଶ ସିଂ ।।

ବାଲେଶ୍ୱର ଜ଼ିଲ୍ଲା ବାହାନଗlର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଓ ଗୁରୁତର ଆହତଙ୍କ ଉଦ୍ଧେଶ୍ୟରେ ନୂଆପଡା ଜ଼ିଲ୍ଲାର (ବର୍ତମାନ ଖଡ଼ିଆଳରେ ଅବସ୍ଥାପିତ) ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଜ୍ଞାନ ପ୍ରକାଶ ସିଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 11 ହଜାର 5ଶହ ଟଙ୍କାର ଚେକ ପ୍ରଦାନ କରିଛନ୍ତି l 1993ରେ ରାଜ୍ୟପାଳ ପୁରସ୍କାର ପାଇଥିବା 10 ହଜାର ଟଙ୍କାକୁ ନୂଆପଡା କଲ୍ୟାଣ ଆଶ୍ରମକୁ ପ୍ରାଦନ କରିଥିଲେ l ସେହିପରି 1999ରେ ଓଡ଼ିଶlର ମହା ବାତ୍ୟାରେ ମୃତ ଓ ଆହତ ଲୋକମାନଙ୍କ ପାଇଁ 5 ହାଜର ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ l ସେହିପରୀ ନୂଆପଡା ପତୋରା ସ୍ଥିତ ବୁଡ଼ାଦେଓ ଆବାସିକ ବିଦ୍ୟାଳୟକୁ 50 ହଜାର ଟଙ୍କା ସହଯୋଗ କରିଥିଲେ l ସିଂ ସବୁବେଳେ ଦୁଖୀ ଲୋକମାନଙ୍କ ସହିତ ରହିଥିବା କହିଛନ୍ତି l
ନୂଆପଡ଼ା ଜିଲ୍ଲାରୁ ବରବିଲ ପ୍ରଧାନ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






