ଆଭାସୀ ମାଧ୍ୟମରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍ଘାଟନ
କିର୍ମିରା ୫।୨(ଫାଷ୍ଟ ନିଉଜ ଓଡ଼ିଶା) ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକର ୫୭ଟି ଉପନିବାନ୍ଧନ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଭଦଘାଟନ କରିଥିଲେ।ଏହା ସହ ଆମ ସାଥୀ ୟୁନିଫାଏଡ ହ୍ୱାଟ୍ସଆପ୍ ବଟ୍ ସ୍କାନ ଓ ହ୍ୱାଟ୍ସଆପ ନମ୍ବର ରେ ରାଜସ୍ଵ ବିଭାଗର ୧୭୦ରୁ ଅଧିକ ସେବା ପାଇ ପାରିବେ।ଏହି ଅବସରରେ କିର୍ମିରା ବ୍ଳକ କାର୍ଯ୍ୟାଳୟ ଭିସି ଗୃହରେ ତହସିଲଦାର ସଞ୍ଜିବ କୁଲୁ, ଅତିରିକ୍ତ ତହସିଲଦାର ଆଶିସ କୁମାର ହେସ୍, ବରିଷ୍ଠ କିରାଣୀ ସଞ୍ଜୟ କୁମାର ମହାନ୍ତି, ରାଜସ୍ଵ ପରିଦର୍ଶକ ସରୋଜ ସା,ଆରଆଇ କିର୍ମିରା ଧରିତ୍ରୀ ଓରାମ,ଝାରମୁଣ୍ଡା ଅଶୋକ ସା,ଅର୍ଡା ଅର୍ଜୁନ ବାରା,ସୁଲାହୀ ବିଶ୍ଵନାଥ ପ୍ରଧାନ, ବରିଷ୍ଠ ରାଜସ୍ଵ ସହାୟକ ଷ୍ଟାଲିନ କୁମାର ପଟେଲ ସହ କର୍ମଚରୀ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଓ ବାର୍ତ୍ତା ଦେଖିଥିଲେ। କିର୍ମିରା ବ୍ଳକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ, ସରପଞ୍ଚ ପ୍ରତିନିଧି ସଦିପ କୁମାର ପଟେଲ ଅତିଥି ଭାବରେ ଯୋଗ ଦେଇ ତହସିଲ ରେ ଥିବା ଉପନିବନ୍ଧନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ _ଫାଷ୍ଟ ନିଉଛ ଓଡ଼ିଶା
What's Your Reaction?
Like
1
Dislike
0
Love
1
Funny
0
Angry
0
Sad
0
Wow
0