ଆଦିବାସୀ ମହାବିଦ୍ଯାଳୟରେ ୧୫୦ ତମ ବନ୍ଦେ ମାତରଂ ଦିବସ ପାଳିତ

Jan 12, 2026 - 20:21
 0  2
ଆଦିବାସୀ ମହାବିଦ୍ଯାଳୟରେ ୧୫୦ ତମ ବନ୍ଦେ ମାତରଂ  ଦିବସ ପାଳିତ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ୧୫୦ ତମ ବନ୍ଦେ ମାତରଂ ସଂଗୀତ ସମୂହ ଭାବେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଗାନ କରିବା ସହ ସ୍ୱଦେଶୀ ଭାବନା ସମ୍ୱଳିତ ଶପଥ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଏକ ସଭାର ଆୟୋଜିତ କରାଯାଇଥିଲା l ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ମାଷ୍ଟର ଟ୍ରେନର ଡ. ବିଭୂତି ଭୂଷଣ ଆଚାର୍ଯ୍ଯଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ବନ୍ଦେ ମାତରଂ ସଂଗୀତ ର ଲକ୍ଷ୍ୟ ଓ ଉଧେଶ୍ୟ କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସଂଗେ ସଂଗେ ଏହି ଜାତୀୟ ସଂଗୀତକୁ ପାଥେୟ କରି ଆଜିର ଯୁବକ ବନ୍ଧୁ ମନେ ଭାରତ କୁ ଏକ ବିକଶିତ ଓ ଶ୍ରେଷ୍ଠ ଭାରତ କରି ପାରିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ