।। ଆଟିଗାଁ ବିଶାଳପଡା ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉଦଘାଟିତ ଓ ଆମ୍ବେଦକର ନଗର ରେ ନାମିତ ।।

ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଆଟିଗାଁ ଠାରେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଶୁଭ ଉନ୍ମୋଚନ ହୋଇ ଯାଇଛି।ଏହା ସହିତ ବିଶାଳପଡାର ମଧ୍ୟ ନୂତନ ଭାବେ "ଆମ୍ବେଦକର ନଗର" ଭାବରେ ନାମିତ କରା ଯାଇଛି। ଗତକାଲି ଏହାର ଆନୁଷ୍ଠାନିକ ଭାବେ ଧର୍ମଗଡ ଉପ-ଜିଲ୍ଲାପାଳ ଧୀମାନ୍ ଚକମା ମୂଖ୍ୟ ଅତିଥି ରୂପେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମୃତ୍ତିକା ସଂରକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ରାୟଗଡ଼ା ଶ୍ରୀ ଦୟାନିଧି ବାଗ, ଦଳିତ ଲେଖକ ଓ ଚିନ୍ତକ ଅଭିରାମ ମଲ୍ଲିକ, ଅଲ୍ ଓଡିଶା ସିଡ୍ୟୁଲ କାଷ୍ଟ ଫେଡେରେସନ୍ କଳାହାଣ୍ଡି ର ଜିଲ୍ଲା ସଭାପତି ଶ୍ରୀବତ୍ସ ତାଣ୍ଡି, ଆଇନଜୀବୀ ଦିଗାମ୍ବର ଦୁରିଆ, ମହିଳା ନେତ୍ରୀ ରମଣୀ ଦୁରିଆ, ଆଇନଜୀବୀ ଛବିଲାଲ ନିଆଲ, ଏଓଏସସିଏଫ୍ ର ମହାସଚିବ ସୂର୍ଯ୍ୟ ନାରାୟଣ କୁମାର, ଅବସରପ୍ରାପ୍ତ କୋକସରା କଲେଜ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ,ଶିକ୍ଷକ ଯୋଗେଶ୍ଵର ସାଗର ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ବ୍ଳକ ସହର ମହକୁମା ଜୁନାଗଡ଼ ଠାରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଜୁନାଗଡ଼ ନୂଆ ବସଷ୍ଟାଣ୍ଡ ଠାରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ସେଠାରୁ ବଣ୍ଡାକୁଟୁରା ଠାରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋଭାଯାତ୍ରା ଆଟିଗାଁ ଠାରେ ପହଞ୍ଚିଥିଲା। ସେଠାରେ ଉପଜିଲ୍ଲାପାଳ ଶ୍ରୀ ଚକମା ତଥା ଅତିଥି ମାନଙ୍କୁ ଗ୍ରାମବାସୀ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଉପଜିଲ୍ଲାପାଳ ଅତିଥି ମାନଙ୍କ ଉପସ୍ଥିତିରେ ବାବାସାହେବଙ୍କ ପ୍ରତିମୂର୍ତ୍ତି ର ଶୁଭ ଉନ୍ମୋଚନ କରିଥିଲେ। ଏହାପରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ମାନେ ବାବାସାହେବଙ୍କ ବିଚାରଧାରା ଓ ସମାଜ ପ୍ରତି ଥିବା ତାଙ୍କର ତ୍ୟାଗ ଓ ଦେଶପ୍ରତି ଥିବା ଅବଦାନକୁ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଞ୍ଚଳର ଜଣାଶୁଣା ଦୁଇ ସମାଜସେବୀ ପ୍ରେମଲାଲ ନାଏକ ଓ ଜୟଦେବ ସୁନାନୀ କଠିନ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ସମାଜ ପାଇଁ ତାଙ୍କର ନିଃସ୍ଵାର୍ଥପର ସେବା ମନୋଭାବକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମର ମହିଳା ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୀମ ଆର୍ମୀ ରାଜ୍ୟ ଉପସଭାପତି ଆଶିଷ ରଂଜନ ନାଏକ, ଏଓଏସସିଏଫ୍ କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, ଭୀମ ଆର୍ମୀ ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ଆଇନ୍ ଜୀବୀ ପ୍ରେମଲାଲ ନାଏକ, ଚିତ୍ତରଞ୍ଜନ ନିଆଲ, ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ, ଫୁଲେ ସାହୁ ଆମ୍ବେଦକର ପାଠଶାଳା ତୁରେଛଡା ପକ୍ଷରୁ ଜୁଲି ନାଏକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ତଥା ସମାଜସେବୀ ଯତୀନ୍ଦ୍ର କର ପରିଚାଳନା କରିଥିଲେ।
ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






