।। ଅସହାୟର ସହାୟକ ସମାଜ ସେବୀ ନନ୍ଦୀବାଲି ଚୈତନ୍ୟ ।।

Feb 5, 2024 - 17:58
 0  464
।। ଅସହାୟର ସହାୟକ ସମାଜ ସେବୀ ନନ୍ଦୀବାଲି ଚୈତନ୍ୟ ।।

ଆଜି ତା ୦୫/୦୨/୨୦୨୪ ରିଖ ଦିନ ସେମିଳିଗୁଡା ବ୍ଲକ୍, ପାକଝୋଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆଲିଗାଁ ଗ୍ରାମର ଭିକାରୀ ଜାନୀର ଝିଅ ଦନାଇ ଜାନୀ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ବିଗତ ତା ୧୧/୦୧/୨୦୨୪ରିଖ ଦିନ ଠାରୁ ଚିକିତ୍ସିତ ହେଉଥିଲେ।କିନ୍ତୁ ଦୁଃଖର ବିଷୟ ସେ ବିଗତ କାଲି ତା ୦୪/୦୨/୨୦୨୪ରିଖ ସନ୍ଧ୍ୟା ୦୬- ଘଣ୍ଟିକା ସମୟରେ ମୃତ୍ୟୁ ବରଣ କଲେ। ଏଇ ଘୋଡ଼ି ସନ୍ଦି ମୂହର୍ତରେ ଦୁଃଖୀ ପରିବାର ଶ୍ରୀ ଭିକାରୀ ଜାନୀ ପାଖରେ ଯାଇ ଉପସ୍ଥିତ ଥିଲେ ପଟ୍ଟାଙ୍ଗି ବିଧାୟକ ଆଶାୟୀ ପ୍ରାଥି ନନ୍ଦିବାଲି ଚୈତନ୍ୟ,ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲ, ସେମିଳିଗୁଡା ବ୍ଲକ ଡମ ସମାଜ ଉପ ସଭାପତି ନିରଞ୍ଜନ ଖିଲ, ହାଲ ବିସ୍ଥାପିତ ସଭାପତି ତ୍ରିଲୋଚନ ମୁଦୁଲି,KJSS ସଭାପତି ଦାସୀ ନନ୍ଦୀବାଲି, ଦଳେଇଗୁଡା ସରପଞ୍ଚ ପ୍ରତିନିଧି ମାଙ୍ଗୁଳୁ ଜାନୀ, ପାକଝୋଲା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ କିର୍ଷାନୀ,ସମାଜ ସେବୀ ଭକ୍ତ ପଟ୍ଟନାୟକ ଏବଂ ସୁନାବେଡ଼ାର ସମାଜ ସେବୀ ସୁଧାକର କାନ୍ଦପାନ ଓ କୋରାପୁଟ ଥାନା, ସେମିଳିଗୁଡା ଥାନାଧିକାରୀଙ୍କ ସହଯୋଗରେ ଶବ ସତ୍କାର କାର୍ଯ୍ଯ କରାଯାଇଥିଲା।ଭିକାରୀ ଜାନୀ ର ସମ୍ପର୍କୀୟ କେହି ନାହାନ୍ତି। ଭିକାରୀ ଜାନୀ ମଧ୍ୟ ଜଣେ ନିହାତି ଗରୀବ ଅନ୍ୟ ଘରେ ଗୋରୁ ଗାଈମାନଙ୍କୁ ଚରାଇ ଯାହା ଖାଇବା ପିଇବା ଦିଅନ୍ତି। ସେଥିକିରେ ସେ ସନ୍ତୁଷ୍ଟ ।

କୋରାପୁଟ ଜିଲ୍ଲାରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ