।। ଅଜଣା ରୋଗରେ ଆକ୍ରାନ୍ତ ବର୍ଷର ଶିଶୁ ପୁତ୍ର ,ଅର୍ଥ ସାଜିଛି ବାଧକ ।।

May 17, 2023 - 13:30
 0  37
।। ଅଜଣା ରୋଗରେ ଆକ୍ରାନ୍ତ ବର୍ଷର ଶିଶୁ ପୁତ୍ର ,ଅର୍ଥ ସାଜିଛି ବାଧକ ।।

ଅଜଣା ରୋଗରେ ଆକ୍ରାନ୍ତ କୋଟପାଡ଼ ବ୍ଲକ ବେଣ୍ଟାଗୁଡ଼ା ଗ୍ରାମର ବଳରାମ ଜାନି ଏବଂ ରୁକ୍ମଣୀ ଜାନିଙ୍କ ଗୋଟିଏ ବର୍ଷର ଶିଶୁ ପୁତ୍ର । ଜନ୍ମ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଆସୁଛନ୍ତି କିନ୍ତୁ କିଛି ବି ସଫଳ ମିଳିପାରିନାହିଁ । ଅର୍ଥର ଅଭାବ ଯୋଗୁ ସାଜିଛି ବାଧକ । ସରକାରୀ ସହଯୋଗକୁ ଅପେକ୍ଷା । ବର୍ଷକ ପୂର୍ବରୁ ଜନ୍ମ ନେଇଥିଲା ଏହି ଶିଶୁ ପୁତ୍ର । ଜନ୍ମରୁ ଶ୍ବାସ୍ୟ ଅବସ୍ଥା ଠିକ ଥିଲା କିନ୍ତୁ ଜନ୍ମର ଦୁଇ ତିନି ମାସ ପରେ ଏହି ଶିଶୁ ପୁତ୍ରଟିର ମୁଣ୍ଡ ବଢ଼ିବାରେ ଲାଗିଛି । ଆଉ ଏବେ ଏତେ ପରିମାଣରେ ବଢି ଯାଇଛି ଯେ ଶିଶୁଟିକୁ ବହୁତ କଷ୍ଟ ହେଉଥିବା ଜଣା ପଡ଼ିଛି । କୋଣ ଅବା କରିବ ଶିଶୁ ପୁତ୍ରଟି । ତାକୁ ଅବା କୋଣ ଜଣା ଖାଲି କାନ୍ଦିବା ଛଡ଼ା କୋଣ ଜାଣିଛି । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ଶିଶୁଟି ସବୁ ବେଳେ କାହାର ନା କାହାର କୋଳରେ ରହୁଛି ଏବଂ ଯେତେ ବେଳେ ତଳେ ଶୁଆଇବାକୁ ଚେଷ୍ଟା କଲେ ସେହିଁ ଶିଶୁଟି ଠିକରେ ଶୋଇ ମଧ୍ୟ ପାରୁନାହିଁ , ବହୁ ମାସ ହେଲା ଏହି ଯନ୍ତ୍ରଣାରେ କଷ୍ଟ ପାଉଛି, ଶିଶୁଟିର ଶରୀରର ଓଜନ ଠାରୁ ମୁଣ୍ଡର ଓଜନ ବହୁତ ଅଧିକା ଏହି ରୋଗର ଚିକିତ୍ସା ନିମନ୍ତେ ତାଙ୍କ ବାପା ଗୋଟିଏ ବର୍ଷ ମଧ୍ୟରେ କୋଟପାଡ଼ ମେଡିକାଲ ଠାରୁ ଆରମ୍ଭ କରି କୋରାପୁଟ, ଛତିଶଗଡ଼ର ଜଗଦଲପୁର, ଆନ୍ଦ୍ରପ୍ରଦେଶର ବିଶାଖାପାଟଣା,କଟକ ମେଡିକାଲ ପର୍ଯ୍ୟନ୍ତ ଚିକିତ୍ସା କରାଇଛନ୍ତି ଏବଂ ତାଙ୍କ ମୁଣ୍ଡର ସ୍କେନିଙ୍ଗ ମଧ୍ୟ ହୋଇଛି, ଶିଶୁଟିର ଚିକିତ୍ସା ନିମନ୍ତେ ବହୁ ଅର୍ଥର ଅବଶ୍ୟକ ବୋଲି ଡ଼କ୍ଟର କହିଥିବା ସୂଚନା ରହିଛି । କିନ୍ତୁ ଅର୍ଥର ଅଭାବ ଦ୍ଵାରା ଶିଶୁର ଚିକିତ୍ସା କରିପାରୁନାହାଁନ୍ତି ପରିବାର । ବଳରାମ ଜଣେ ଦିନ ମଜୁରିଆ ଲୋକ । ସେ ଯାହା ରୋଜଗାର କରନ୍ତି ସେଥିରେ ଚାରି ପ୍ରାଣୀ କୁଟୁମ୍ବ ଚଳିବା ମଧ୍ୟ କଷ୍ଟକର । ସେଥିରେ ପୁଣି ପୁଅର ଏହି ଅବସ୍ଥା ପୁଅର ଚିକିତ୍ସା କରିବାକୁ ଚାହୁଁଛନ୍ତି । କିନ୍ତୁ ଅର୍ଥ ଅଭାବରୁ କିଛି କରିପାରୁ ନାହଁନ୍ତି। ଫଳରେ ତାଙ୍କ ପରିବାର ଏବଂ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି । ସହଯୋଗ ନିମନ୍ତେ କେହି ସହୃଦୟ ବ୍ୟକ୍ତି କିମ୍ୱା ସରକାର ଯଦି ସହଯୋଗ କଲେ ଜଣେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇପାରିବ ଏବଂ ନୁଆଁ ଦୁନିଆ ଦେଖିପାରିବ l

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ