।। ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ ।।

Oct 1, 2024 - 20:56
 0  7
।। ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ଅନୁଷ୍ଠିତ ।।

ବାରିପଦା, ତା-୦୧/୧୦: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ସ୍ମୃତି ଭବନଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ପାଳନ ହୋଇଯାଇଛି I ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ବିଜୟ କୁମାର ଦାସ, ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଜୟ କୁମାର ବେହେରା ଭାବେ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ଶ୍ରୀ ନାରାୟଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କ ପାଇଁ ଆର୍ଟ ଅଫ୍ ଲିଭିଙ୍ଗର ଯୋଗ ଗୁରୁ ଶ୍ରୀ କୌଶିକ ସାହୁଙ୍କ ଦ୍ୱାରା ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବଲ୍ ଫିଙ୍ଗି ବାଲ୍ଟିରେ ପକାଇବା, ପାଣି ସନ୍ତୁଳନ, ପୌରାଣିକ କଥା, ଇତିହାସ ଏବଂ ସାମ୍ପ୍ରତିକ ଘଟଣାବଳୀ ଉପରେ କୁଇଜ୍ ଭଳି ମଜାଳିଆ ଖେଳ ଆୟୋଜିତ ହୋଇଥିଲା। ଅର୍ଥୋପେଡିକ୍,ENT , ଦନ୍ତ ଚିକିତ୍ସକ ଏବଂ ମେଡିସିନ୍ ବିଶେଷଜ୍ଞମାନଙ୍କୁ ନେଇ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ଏଥି ସହିତ ୧୦୦ ବର୍ଷରୁ ଅଧିକ ବୟସର ଜଣେ ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ପ୍ରଧାନଙ୍କୁ ସ୍ମାରକୀ ଏବଂ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଫୁଲ, ଚନ୍ଦନ ଏବଂ ଉତ୍ତରୀୟ ପ୍ରଦାନ କରି କୃତଜ୍ଞତା ଜ୍ଞାପନ କରାଯାଇଥିଲା ଏବଂ ମନୋବିକାଶ ବିଶେଷ ବିଦ୍ୟାଳୟର ବଧିର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ଏବଂ ବରିଷ୍ଠ ନାଗରିକ ସଂଘ ସହିତ ଏକ ସଚେତନତା ବୈଠକ ଆୟୋଜିତ ହୋଇଥିଲା। ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ସାମାଜିକ ସୁରକ୍ଷା ନିମନ୍ତେ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ I ଏଥି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯୋଜନାଗୁଡିକ ସହଜରେ ଯେପରି ସେମାନଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ରହିଛି ବୋଲି ମଞ୍ଚାସୀନ ଅତିଥିମାନେ ଦୃଢୋକ୍ତି ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଡ. ଶ୍ୟାମ ସୁନ୍ଦର ଦାସ, ଶ୍ରୀ ପ୍ରଦୀପ୍ତ କିଶୋର ପଣ୍ଡା, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀ ସୁନୀଲ କୁମାର ଦାଶ, ଶ୍ରୀ ଜୟନ୍ତ କୁମାର ପଟ୍ଟନାୟକ ଏହି ସାଧାରଣ ସଭାରେ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ