ସାଇ ବିଦ୍ୟାମନ୍ଦିରରେ ଏନ ଏସଏସ ପ୍ରତିଷ୍ଠା ଦିବସ ପାଳିତ

Sep 26, 2026 - 19:25
 0  3
ସାଇ ବିଦ୍ୟାମନ୍ଦିରରେ ଏନ ଏସଏସ ପ୍ରତିଷ୍ଠା ଦିବସ ପାଳିତ

ବାରିପଦା ତା 26/9 କୌଳାଶ ଚନ୍ଦ୍ରପୁରସ୍ଥିତ ସାଇ ବିଦ୍ୟାମନ୍ଦିର +୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି. ବିଦ୍ୟାଳୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଡ. ପ୍ରଭଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବୁଢ଼ିଖମାରୀ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ଦେହୁରୀ ମୁଖ୍ୟ ଅତିଥି, ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଖିଲାର, ଉପାଧ୍ୟକ୍ଷ ଜିତାଂଶୁ କୁମାର ଦାସ, ପୂର୍ବତନ ପ୍ରୋଗ୍ରାମ ଅଫିସର ସ୍ୱରୂପ ଶତପଥୀ, ନବନିଯୁକ୍ତ ପ୍ରୋଗ୍ରାମ ଅଫିସର ଦିବାକର ନୟାଗମ, ବରିଷ୍ଠ ପ୍ରଧ୍ୟାପକ ଶ୍ରୀକାନ୍ତ ରାଉତ, ଓଡ଼ିଆ ଅଧ୍ୟାପିକା ଚନ୍ଦନା ସାହୁ, ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ହରିଶଚନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ଏନଏସଏସର ମୂଳ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସାମାଜିକ ସେବା କ୍ଷେତ୍ରରେ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ. ବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ