କାଦୁଆଣୀ ଅଞ୍ଚଳରେ ନେଟୱର୍କ ସମସ୍ୟା, ଗ୍ରାମବାସୀ ହନ୍ତସନ୍ତ

Oct 9, 2026 - 05:49
 0  4
କାଦୁଆଣୀ ଅଞ୍ଚଳରେ ନେଟୱର୍କ ସମସ୍ୟା, ଗ୍ରାମବାସୀ ହନ୍ତସନ୍ତ

ବିଜାତଳା ୮/୧୦(ଇ ମି ସ ): ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଞ୍ଚାୟତର କାଦୁଆଣୀ ଅଞ୍ଚଳରେ ଦୀର୍ଘଦିନ ଧରି ମୋବାଇଲ୍ ନେଟୱର୍କ ସମସ୍ୟା ଲାଗି ରହିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ସୂଚନା ଅନୁସାରେ, କାଦୁଆଣୀ ଗାଁରେ ଥିବା ମୋବାଇଲ୍ ଟାୱାରକୁ ଯୋଗାଣ ଦେଉଥିବା କେବୁଲ ତାର ଛିଣ୍ଡିଯାଇଥିବାରୁ ନେଟୱର୍କ ସେବା ବ୍ୟାହତ ହୋଇଛି। ଫଳରେ କାଦୁଆଣୀ ସମେତ ମିରୁଡି, ଭାଦୁପାଣି ଓ ଅର୍ଜୁନପାଣି ଗାଁର ଲୋକମାନେ ମୋବାଇଲ୍ ନେଟୱର୍କ ପାଇବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟୱର୍କ ନଥିବାରୁ ଦୈନନ୍ଦିନ ଯୋଗାଯୋଗ, ଅନଲାଇନ୍ କାର୍ଯ୍ୟ, ଶିକ୍ଷା, ଡିଜିଟାଲ୍ ସେବା ଏବଂ ଜରୁରୀକାଳୀନ ସମୟରେ ଫୋନ୍ ଯୋଗାଯୋଗ ଭଳି ଅନେକ କାର୍ଯ୍ୟ ପ୍ରଭାବିତ ହେଉଛି। ଗ୍ରାମବାସୀଙ୍କ ଦାବି, ଛିଣ୍ଡିଯାଇଥିବା କେବୁଲ ତାରକୁ ଶୀଘ୍ର ମରାମତି କରାଯାଇ ଟାୱାରକୁ ସଚଳ କରାଯାଉ। ଏଥିସହିତ ଅଞ୍ଚଳରେ ନିରବଚ୍ଛିନ୍ନ ମୋବାଇଲ୍ ନେଟୱର୍କ ସେବା ଯୋଗାଇବା ପାଇଁ ସରକାର ଓ ସମ୍ପୃକ୍ତ ଟେଲିକମ୍ କମ୍ପାନୀ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ