।। ବାଇକ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ ଦୁଇ ଗିରଫ, ଛଅ ଗାଡ଼ି ଜବତ ।।

May 17, 2023 - 13:39
 0  13
।। ବାଇକ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାସ ଦୁଇ ଗିରଫ, ଛଅ ଗାଡ଼ି ଜବତ ।।

କୋରାପୁଟ ସହରରୁ ଦୁଇ ଜଣିଆ ଆନ୍ତଃଜିଲ୍ଲା ଚୋରି ବାଇକ ରାକେଟ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୁଲିସ। ସହର ର ଜନଗହଳି ପୁର୍ଣ୍ଣ ଅଂଚଳରୁ ବାଇକ ଚୋରି କରୁଥିବା ଦୁଇ ଲୁଟେରାକୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ଛଅଟି ବାଇକ୍ ଜବତ କରିଛି କୋରାପୁଟ ଟାଉନ ପୋଲିସ । କୋରାପୁଟ ସହର ହସ୍ପିଟାଲ ପରିସର ଓ ବିଭିନ୍ନ ଅଞ୍ଚଳରୁ ଏହି ମାନେ ଚୋରି କରୁଥିବା ନେଇ ଆଜି କୋରାପୁଟ ଟାଉନ ପୁଲିସ ପକ୍ଷରୁ ଏସଡିପିଓ ମନୋଜ ପୂଜାହାରୀ ଓ ଆଇଆଇସି ଧୀରେନ ପଟ୍ଟନାୟକ ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେମାନେ ହେଲେ ପୂଜାରୀପୁଟ ଅଞ୍ଚଳର ହେରେକୃଷ୍ଣ ପାଣିଗ୍ରାହୀଙ୍କ ପୁଅ ଅଜିତ କୁମାର ପାଣିଗ୍ରାହୀ(୩୦) ଓ କକନ ବଢେଇଙ୍କ ପୁଅ ଚନ୍ଦନ ବଢେଇ(୨୧)। ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ଚରିଟି ଲେଖାଏଁ ଚୋରୀ, ଡକାୟତି ଓ ଗାଡି ଚୋରି ପରି ମାମଲା ରହିଥିବା ପୁଲିସ କହିଛି। ଆନ୍ତଃଜିଲ୍ଲା ଦୁଇ ବାଇକ ଲୁଟେରାକୁ ଗିରଫ କରିଥିବାବେଳେ ସେମାନଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତି ରହିଛି ପୋଲିସ ର ତଦନ୍ତ ଜାରି ରହିଛି । ଦୁଇ ଲୁଟେରାଙ୍କ ଠାରୁ ଛଅଟି ବାଇକ ଜବତ କରିଛି ।ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି କୋରାପୁଟ ଟାଉନ ପୋଲିସ । ଚନ୍ଦନ ବଢେଇ ଚାରିଟି ମାମଲା ରହିଥିବା ବେଳେ ଅଜିତ ପାଣିଗ୍ରାହୀ ନାମରେ ମଧ୍ୟ ଚାରିଟି ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି । ମାଥିଲି ଅଂଚଳର ଧନ ପୂଜାରୀ ନାମକ ବ୍ୟକ୍ତିର ବାଇକଟି କୋରାପୁଟ ମେଡିକାଲ କଲେଜ ହସପିଟାଲରୁ ଚୋରି ହେବା ନେଇ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି କୋରାପୁଟ ସହରର ଦୁଇ ଜଣକୁ ଗିରଫ କରିଛି ।ଗାଡି ଚୋରି କରିବାପରେ ଜୟପୁର ,ନବରଂଗପୁର ଜିଲ୍ଲାରେ ବିକ୍ରୟ କରୁଥିଲେ ।ତେବେ ସେମାନେ କାହାକୁ କାହାକୁ କେତୋଟି ମୋଟର ସାଇକେଲ ବିକ୍ରୟ କରିଛନ୍ତି ତାର ତଦନ୍ତ କରାଯିବ ।ରିମାଣ୍ଡର ରେ ଅଣାଯାଇ ସେସବୁର ତଦନ୍ତ ବାହାରେ କରାଯିବ ବୋଲି ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।

ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ