।। ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରେ ବେନଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ।।
ଲାଞ୍ଜିଗଡ (କୋରାପୁଟ ପ୍ରଥମ ଖବର )ଆଜି ସାରା ଦେଶରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ଏହି ପରିପେକ୍ଷୀରେ ବେନଗାଁ ସରକାରୀ ଉଚ୍ଚ ବିଦ୍ୟାଳରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇ ଯାଇଛି l ଏହି ବାର୍ଷିକ କ୍ରୀଡା ଉତ୍ସବ ୨ ଦିନ ଧରି ଚାଲିଥିବା ବେଳେ ପୁଚି, ମ୍ୟୁଜିକ ଚ୍ୟାର, କୁଇଜ, ଗୀତ, ସଟପୁଟ, ଡାନ୍ସ, ଦୌଡ଼ି ଡିଆଁ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ବେନଗାଁ ସରକାରୀ ସ୍କୁଲ ପରିସରରେ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ନାଗଙ୍କ ଅଧକ୍ଷତାରେ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ବେନଗାଁ ସରପଞ୍ଚ ପୁରାଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପେଙ୍ଗଶୁର କ୍ଲଷ୍ଟର ସି ଆର ସି ସି ଗୁରୁଗୋବିନ୍ଦ ମହାନ୍ତି ଯୋଗ ଦେଇଥିଲେ l ଶହ ଶିକ୍ଷକ ହେମସାଗର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ, ହେମନ୍ତ କୁମାର ସାହୁ,ଲକ୍ଷ୍ୟ ପତି ଶବର, ଶିକ୍ଷୟିତ୍ରୀ ଚନ୍ଦ୍ରିକା ବାଗ ବିବେକାନନ୍ଦ ବେହେରା,ବିଷ୍ଣୁ ମିଣିଆକା, ପିଣ୍ଟୁ ସାହୁ, ଅନନ୍ତ ସୁନାଲୁ,ସ୍କୁଲ ଏସ ଏମ ସି କମିଟି ସଭାପତି କଦଗ ମାଝୀ, ସଦସ୍ୟ ପ୍ରତାପ ସାହୁ, କୁଶ ନାଏକ ସମାଜସେବି ଦିଲ୍ଲୀପ ହରିଜନ ମଞ୍ଚରେ ମଞ୍ଚାସିନ ଥିଲେ ଓ ପ୍ରତିଯୋଗିତା ରେ ଉପକୃତ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚାହିତ କରବା ସହିତ ପୁରସ୍କୃତ କରିଥିଲେ l
ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସାଗର ବେନାଲ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0