।।ରାଷ୍ଟ୍ରଦୀପ ପ୍ରସାର ସମିତି ପକ୍ଷରୁ ଆଜି ନନ୍ଦପୁର ବ୍ଲକର ଥୁବା ସ୍ଥିତ ନେତାଜୀ ହାଇସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ I।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୋଗ ଗୁରୁ ଶ୍ରୀ ଜୟ ପ୍ରଧାନ ବିଦ୍ୟାର୍ଥୀ ମାନଙ୍କୁ ଯୋଗ ଅଭ୍ୟାସ ଓ ଯୋଗ ଶିକ୍ଷା ପ୍ରଦାନ କରିଥିଲେ I ସ୍କୁଲ ପରିସରରେ ନିମ୍ବ, ବେଲ, ଅଁଳା, ଅର୍ଜୁନ, ରୁଦ୍ରାକ୍ଷ ଭଳି ଔଷଧୀୟ ବୃକ୍ଷ ସମେତ ବଉଳ, ଆମ୍ବ, କଦମ୍ବ, ଗୋଲାପ ଜାମ ଭଳି ବହୁତ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା I
ସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ପଣ୍ଡା ଓ ଅନ୍ୟ ଶିକ୍ଷକ ପ୍ରସନ୍ନ କୁମାର ଦାଶ, ମଦନ ମୋହନ ଓଝା, ସୁବାସ ଚନ୍ଦ୍ର ବେହେରା, ଲଷ୍ମୀ ନାରାୟଣ ପାଢ଼ୀ, ସୁନୀଲ କୁମାର ନନ୍ଦ, ରେଣୁବାଳା ପାଣି ଏଥିରେ ସହଯୋଗ କରିଥିଲେ ରାଷ୍ଟ୍ରଦୀପ ପ୍ରସାର ସମିତିର ଉପସଭାପତି ଡକ୍ଟର ସୁରେନ୍ଦ୍ର କାହ୍ନଁର, ରାଜ୍ୟ ସମ୍ପାଦକ ଡ଼କ୍ଟର ଜଳେନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ବରିଷ୍ଠ ଆଇନଜୀବି ପୀତାମ୍ବର ସାହୁ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ I
ପରବର୍ତୀ ପର୍ଯ୍ୟାୟରେ ସେମିଲିଗୁଡା ସ୍ଥିତ ସୀତମ ଇଂଜିନିଅରିଙ୍ଗ କଲେଜରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I କଲେଜର ଚେୟାରମ୍ୟାନ ଶ୍ରୀ କୃଷ୍ଣ ସିଂ ଙ୍କ ଆତିଥ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୀପ ପ୍ରସାର ସମିତିର କାର୍ଯ୍ୟକର୍ତ୍ତା ସମେତ କଲେଜର ଅଧକ୍ଷ ମହେଶ୍ୱର ପାଣିଗ୍ରାହୀ ଓ ସହଯୋଗୀ ପ୍ରାଧ୍ୟାପକ, ଅଧ୍ୟାପକ ଉପସ୍ଥିତ ରହି ସହଯୋଗ କରିଥିଲେ I ସମିତିର ଏକ ମାସ ଧରି ଚାଲି ଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ସମାପନ ଉତ୍ସବ ଚଳିତ ମାସ 30 ତାରିଖ ଦିନ ଦାମନଯୋଡି ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି I
ଦାମୋନଯୋଡି ରୁ ଭାରତୀ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






