।। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଗଂଜେଇ ଜବତ ସହ ଜଣେ ଗିରଫ ।।

Mar 16, 2024 - 06:39
 0  11
।। ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଗଂଜେଇ ଜବତ ସହ ଜଣେ ଗିରଫ ।।

ବଲାଙ୍ଗୀର/ଟିଟିଲାଗଡ଼, ତା ୧୪-୦୩: ଦୀର୍ଘ ଦିନ ଧରି ଓଡ଼ିଶା ରୁ ଛତିଶଗଡ ତଥା ଅନ୍ୟ ରାଜ୍ୟ କୁ ଚୋରା ଗଞ୍ଜେଇ ଚାଲାଣ କରି ଆସୁଥିବା ଜଣେ ଅଭିଯୁକ୍ତ ଟିଟିଲାଗଡ ରେଳ ଜଙ୍କସନ୍ ରେ ଗିରଫ ହୋଇ ଥିବା ସହ ଗଞ୍ଜେଇ ଜବତ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳଷ୍ଟେସନ ଠାରେ ଟିଟିଲାଗଡ଼ GRP ଥାନା ଅଧିକାରୀ ବିନୟ କୁମାର ଭୋଇ ଏବଂ ତାଙ୍କରି ଟିମ୍ ସଦଳବଳେ ପ୍ରତିଦିନ ଭଳି ନିୟମିତ ପ୍ଲାଟଫର୍ମ ଏବଂ ରେଳ ବଗି ଚେକିଂ କରିବା ସମୟରେ ପୁରୀ - ଦୁର୍ଗ (18425) ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଦୁଇ ନମ୍ବର ପ୍ଲାଟଫର୍ମରେ ଥିବା ସମୟରେ ଜଣେ ଯୁବକ ଏହି ଟ୍ରେନର ଏକ ଜେନରାଲ ବଗିରେ ବସି ଯାତ୍ରା କରିବା ପାଇଁ ଅପେକ୍ଷା ରତ ଥିବା ସମୟରେ ଶ୍ରୀଯୁକ୍ତ ଭୋଇ ତାକୁ ସନ୍ଦେହ କରି ତାହାର ଟ୍ରଲି ବ୍ୟାଗ ଚେକିଂ କରିବା ସମୟରେ ଗଂଜେଇ ନେଉ ଥିବା ଦେଖି ପାରିଥିଲେ । ଟିଟିଲାଗଡ଼ ଅତିରିକ୍ତ ତହସିଲଦାର ସଙ୍କୁତଳା ହାଁସଦା ଏକଜ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପ୍ରାୟ ପାଞ୍ଚ କେଜି ଶହେ ଗ୍ରାମର ଗଂଜେଇ ଏବଂ ଟ୍ରଲି ବ୍ୟାଗ ଜବତ କରାଯାଇଛି ! ଏହାର ଆନୁମାନିକ ବଜାର ଦର ପ୍ରାୟ ଏକାବନ ହଜାର ଟଙ୍କା ହେବ ବୋଲି ପ୍ରକାଶ ପାଇଛି । ଗିରଫ ଯୁବକର ନାମ ହର୍ଷିତ ଜୈନ(30), ପିତା - ରମେଶ ଚନ୍ଦ୍ର ଜୈନ,ସେ ମଧ୍ୟ ପ୍ରଦେଶ ରାଜ୍ୟର ଉଜ୍ଜୀନ ଜିଲ୍ଲାର ନାଗଡା ପୋଲିସ ଷ୍ଟେସନ ମଣ୍ଡି ଅଞ୍ଚଳର ବୋଲି ସୂଚନା ମିଳିଛି । ଏହି ସଂକ୍ରାନ୍ତରେ GRP ଥାନାରେ ଏକ NDPS ମକଦ୍ଦମା ସଂଖ୍ୟା ୧୩/୨୪ ଦାୟର କରାଯାଇଛି । ଅଭିଯୁକ୍ତକୁ ଟିଟିଲାଗଡ଼ କୋର୍ଟ କୁ ଚାଲାଣ କରାଯାଇ ଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତ କୁ ପଠା ଯାଇଛି । ମାନ୍ୟବର କୋର୍ଟ ଅଭିଯୁକ୍ତକୁ ଟିଟିଲାଗଡ଼ ସବଜେଲକୁ ପଠେଇ ଦେଇଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ,ଏହି ଅଭିଯୁକ୍ତ ନା ରେ ପ୍ରାୟ ୪ ଗୋଟି କେସ ପୂର୍ବରୁ ବିଭିନ୍ନ ରେଳ ବିଭାଗ ଥାନା ରେ ରହି ଥିବା ବେଳେ ଓଡ଼ିଶା ରୁ ବିଭିନ୍ନ ରାଜ୍ୟ କୁ ଗଞ୍ଜେଇ ଚାଲାଣ କରି ଆସୁଥିବା ଜଣା ପଡିଛି।

ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ