ଦାରିଙ୍ଗବାଡି ଥାନା ଅଞ୍ଚଳ ରେ ପୁଣି ଏକ ଦାଦାନ ଶ୍ରମିକ ଙ୍କ ଦୁଃଖ , କେରଳ ରୁ ଶବ ଆଣିବା ଚିନ୍ତା ରେ ପରିବାର ଲୋକ

Jul 30, 2026 - 16:52
 0  14
ଦାରିଙ୍ଗବାଡି ଥାନା ଅଞ୍ଚଳ ରେ ପୁଣି ଏକ ଦାଦାନ ଶ୍ରମିକ ଙ୍କ ଦୁଃଖ ,  କେରଳ ରୁ  ଶବ ଆଣିବା ଚିନ୍ତା ରେ ପରିବାର ଲୋକ

ଦାରିଙ୍ଗବାଡି ତା:୩୦/୭(ସଲମନ୍ ବିନ୍ଧାଣୀ) ଦାରିଙ୍ଗବାଡି ଥାନା ଅଞ୍ଚଳ ରେ ପୁଣି ଏକ ଦାଦାନ ଶ୍ରମିକ ଙ୍କ ମୃତ୍ୟୁ ଖବର ଆସିଛି , ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗୁମିକିଆ ପଞ୍ଚାୟତ ପାଟାମାହା ଗ୍ରାମ କୁଡ଼ୁକାମା ପଡ଼ା ର ବିଷସ୍ ଦିଗାଲ(୫୪) । ସୂଚନା ଅନୁଯାୟୀ ଗତ କିଛି ମାସ ହେଲା ରୋଜଗାର ଆଶାରେ ସେ ବାହାର ରାଜ୍ୟ ଦାଦାନ ଖଟିବାକୁ ଯାଇଥିଲେ। ବୁଧବାର ଦିନ ସେ ଗୋଟିଏ କୂଅ ରେ ପଡ଼ି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯୋଗ୍ୟ ଯେ ଶ୍ରୀ ଦିଗାଲ କେରଳ ରାଜ୍ୟ ଏର୍ନାକୁଲମ୍ ଜିଲ୍ଲା କୁରପୁମ୍ପଡି ଥାନା ଅଞ୍ଚଳ ରାଇମଙ୍ଗଲମ୍ ପଞ୍ଚାୟତ ର ପୁଲ ବାରି ଗ୍ରାମରେ କୌଣସି ଏକ ଘରୋଇ କମ୍ପାନୀ ରେ କାମ କରୁ ଥିଲେ , ତାଙ୍କ ମୃତ୍ୟୁ ଖବର ପାଇବା ପରେ ସେଠାକାର ପୋଲିସ ଉକ୍ତ ଶବ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଉକ୍ତ ଶବ କିଭଳି ନିଜ ଗ୍ରାମ କୁ ପହଞ୍ଚି ପାରିବ ସେ ନେଇ ପରିବାର ବର୍ଗ ଓ ଗ୍ରାମବାସୀ ଚିନ୍ତାରେ ଅଛନ୍ତି, ଏ ସମ୍ପର୍କ ରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ର ସମ୍ପାଦକ ଙ୍କୁ ଯୋଗାଯୋଗ କରିବା ପରେ ସେ କେରଳ ରେ କାର୍ଯ୍ୟରତ ଏକ ସ୍ୱେଚ୍ଛାସେବୀ ସଂଗଠନ କୁ ଯୋଗାଯୋଗ କରି ଆଣିବା ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଶବ ଆଣିବା ବ୍ୟବସ୍ଥା କରିବାରେ ସହାୟତା ପ୍ରଦାନ କରିବା କୁ ପରିବାର ଲୋକେ ତଥା ଗ୍ରାମବାସୀ ନିବେଦନ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ