।। ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଠାରେ ସବାଇ ଘାସ ହସ୍ତଶିଳ୍ପ କାରିଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର (CFC)ର ଶୁଭ ଉଦଘାଟନ ।।

Sep 20, 2024 - 05:45
 0  6
।। ମୟୂରଭଞ୍ଜ  ଜିଲ୍ଲାର ବାରିପଦା  ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଠାରେ ସବାଇ ଘାସ ହସ୍ତଶିଳ୍ପ କାରିଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର (CFC)ର ଶୁଭ ଉଦଘାଟନ ।।

କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶା ହସ୍ତଶିଳ୍ପ ପାଇଁ ବିଶେଷ ପ୍ରସିଦ୍ଧ। ଓଡ଼ିଆ ହସ୍ତଶିଳ୍ପ କାରିଗରଙ୍କ ସୂକ୍ଷ୍ମ କଳା ଓ ନୈପୁଣ୍ୟ ଦେଶରେ ଓଡ଼ିଶା କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଅଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମୋଟ ୫୧ ଗୋଟି ହସ୍ତଶିଳ୍ପରେ, ୧.୬୦ ଲକ୍ଷରୁ ଉର୍ଦ୍ଧ କାରିଗର କାର୍ଯ୍ୟରତ। ହସ୍ତଶିଳ୍ପ କ୍ଷେତ୍ର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେଉଅଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ଅଧିନସ୍ତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶାର ହସ୍ତଶିଳ୍ପ କ୍ଷେତ୍ର ତଥା ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ପ୍ରଗତି ପାଇଁ ସର୍ବଦା କାର୍ଯ୍ୟ କରିଆସୁଅଛି । ଏହି କ୍ରମରେ ସବାଇ ଘାସ ହସ୍ତଶିଳ୍ପ କାରିଗରଙ୍କ ଉତ୍ପାଦିକତା ବୃଦ୍ଧି ତଥା ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଅଳ୍ପ ସମୟରେ ଅଧିକ ସାମଗ୍ରୀ ପ୍ରସ୍ତୁତ କରିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅନ୍ତର୍ଗତ ରଙ୍ଗମାଟିଆ ଠାରେ ଏକ ସାଧାରଣ ସୁବିଧା କେନ୍ଦ୍ର (CFC) ର ପ୍ରତିଷ୍ଠା କରାଯାଇଅଛି । ଏହି ପ୍ରକଳ୍ପଟି ପ୍ରାୟ ୧ .୫ ୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC) ର ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଅଛି । ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୧୦୦୦ ସବାଇ ଘାସ କାରିଗର ଉପକୃତ ହେବେ । ଏହି ସାଧାରଣ ସୁବିଧା କେନ୍ଦ୍ରକୁ ଶ୍ରୀଯୁକ୍ତ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ, ବାରିପଦା ତା ୧୯.୦୯.୨୦୨୪ ରିଖ ମଧ୍ଯାନ୍ନ ୧୨ .୦ ୦ ଘଟିକା ସମୟରେ ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ, ଶ୍ରୀଯୁକ୍ତ ଶିଶିର କୁମାର ରଥ, ଯୁଗ୍ମ ନିର୍ଦ୍ଦେଶକ (ହସ୍ତଶିଳ୍ପ), ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଶ୍ରୀମତି ସୌମ୍ୟା ସୁରଭିତା ସିଂହ,ଉପ ନିର୍ଦ୍ଦେଶକ (ହସ୍ତଶିଳ୍ପ), ମୟୂରଭଞ୍ଜ ଓ ଶ୍ରୀଯୁକ୍ତ ମାନଗୋବିନ୍ଦ ଜେନା, ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ), ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଏବଂ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC )ର ଅଧିକାରୀ ଶ୍ରୀଯୁକ୍ତ ନିହାର କାନ୍ତ ସାହୁ ,ଟୀମ ଲୀଡର ଓ ଶ୍ରୀଯୁକ୍ତ ମହେନ୍ଦ୍ର ପାଢୀ ,ଏସ ଓ ଏଲ୍ ଇ , ତଥା ବଡଜୋଡ ଅଞ୍ଚଳ ର ସମାଜସେବୀ ଶ୍ରୀଯୁକ୍ତ କାଳୀ ଚରଣ ନାଏକ ତଥା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ