କୋଦମେରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Jul 12, 2025 - 20:56
 0  23
କୋଦମେରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : କୋଦମେରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯ ଅନ୍ତର୍ଗତ ବୃଖ୍ୟରୋପଣ କାର୍ୟ୍ଯ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ, ପରିଳନାସମିତିର ସଭ୍ୟ/ସଭ୍ୟା ଓ ଶିକ୍ଷକ ମାନଙ୍କ ଦ୍ବାରା ମୂଖ୍ୟ ଅତିଥୀ ଶ୍ରୀଯୁକ୍ତ ଅଭିନନ୍ଦନ ପଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯାଳୟ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ୧୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଛି । ଵୃକ୍ଷରୋପଣ ଆଗରୁ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ମୂଖ୍ଯ ଅତିଥି ଶ୍ରୀ ଯୁକ୍ତ ଅଭିନନ୍ଦନ ପଣ୍ଡା, ସରପଞ୍ଚ ଶ୍ରୀମତୀ ମମତା ଆଷିଶ ପୁଞ୍ଜୀ, ସମିତି ସଭ୍ୟା ଶ୍ରୀମତୀ ବାସମତି ଶବର,ଶିଖ୍ୟାବିତ ଶ୍ରୀ ପରମାନନ୍ଦ ସାହୁ ,ଶ୍ରୀଯୁକ୍ତ ଗଚ୍ଛିନ ଧରୁଆ,ପଞ୍ଚସଖା ଶିଖ୍ୟାସେତୁ ସଭାପତି ଶ୍ରୀ ହୁମେଲାଲ ସାହୁ, ସମ୍ପାଦକ ନନ୍ଦଲାଲ ସୁନା, ସଭ୍ଯ ଶ୍ରୀ ଗଣେଶ ରାମ ଦଣ୍ଡସେନା,କୃଷ୍ଣ ମାଝୀ,ସମ୍ମାନୀତ ଅତିଥି ଶ୍ରୀମତୀ ଅଞ୍ଜନା ରାଣୀ ପଣ୍ଡା ସମେତ ଉପସ୍ଥିତ ରହି ଗଛର ମହତ୍ତ୍ବ ସମନ୍ଧେ ଛାତ୍ରଛାତ୍ରୀଙ୍କୁ କହି ଗଛ ଲଗାଇବାକୁ ଉତ୍ସାହିତ କରିଥିଲେ ।ଅତିଥି ପରିଚୟ ଓ ମଙ୍ଚ ସଙ୍ଚଳନ ଶ୍ରୀ ଗୋକୁଳରାମ ଡନସନା କରିଥିବା ବେଳେ ଶ୍ରୀଯୁକ୍ତ ହିମାନ୍ସୁଶେଖର ରାଉତ,ଶ୍ରୀଯୁକ୍ତ ଭୀମସେନ ସାହୁ ଓ ଶ୍ରୀଯୁକ୍ତ ମନୋଜ ଦାସ ଅନ୍ୟାନ୍ୟ କାର୍ୟ୍ଯରେ ସହଯୋଗ କରିଥିଲେ ।ବନମହୋତ୍ସବ କାର୍ଯକ୍ରମ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର କ୍ୟାବିନେଟ ଭୋଟ ମାଧ୍ୟମରେ ଗଠନ ହୋଇଥିଲା ।ଆମ ସମ୍ବିଧାନ ଅନ୍ତର୍ଗତ ଭୋଟ ଦେବାର ଅଧିକାର ସମନ୍ଧିତ ପ୍ରତ୍ଯକ୍ୟ ଭାବରେ ଭୋଟଗ୍ରହଣ କେନ୍ଦ୍ର ଠାରୁ ଆରମ୍ଭ କରି ବେଲେଟ ପେପର,ପୋଲିଙ୍ଗ ଅଫିସର,ପ୍ରିଜାଇଡିଂ ଅଫିସର ,ପୋଲିଙ୍ଗ ବଖରା,ପୋଲିଙ୍ଗ ବାକ୍ସ ଆଦିର ପ୍ରତ୍ଯକ୍ଷ ଧାରଣା ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ।ବିଦ୍ୟାଳୟର ହେଡବାଳିକା (HEAD GIRL)ଭାବରେ କୁମାରୀ ଚାନ୍ଦିନୀ ବାରିକ୍ ଓ ହେଡବାଳକ(HEAD BOY)ଭାବରେ ଶ୍ରୀ ପ୍ରେମଚାନ୍ଦ ରାଉତ ନିର୍ବାଚିତ ହୋଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ