।। ମା ' ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ସଦସ୍ୟ ଭିନ୍ନ ଢଙ୍ଗରେ ପାଳନ କଲେ ଦୁର୍ଗା ପୂଜା ।।

କେନ୍ଦୁଝର ଜିଲ୍ଲା ଘଟଗାଁ ମା ' ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ର ସଦସ୍ୟ ମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ଶାରଦୀୟ ଦୁର୍ଗାପୂଜା। ଶାରଦୀୟ ଦୁର୍ଗାପୂଜା ର ବିଜୟୀ ଦଶମୀ ଅବସରରେ ମା ତାରିଣୀ ଓଡ଼ିଆ ସେବା ଟ୍ରଷ୍ଟ ବାଙ୍ଗାଲୋର ସଭାପତି ଧନେଶ୍ୱର ମହାନ୍ତୁ, ସମ୍ପାଦକ ସନ୍ତୋଷ କୁମାର ବିଶ୍ଵାଳ ଓ କୋଷାଧ୍ୟକ୍ଷ ଇଶ୍ଵର କୁମାର ଜେନା ଙ୍କ ତତ୍ତ୍ଵାବଧାନରେ ମନ୍ଦିର ସଫେଇ କରିଛନ୍ତି।ବାଙ୍ଗାଲୋର ଆଗ୍ରା ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ଏବଂ ପାରିପାର୍ଶିକ ଅଚଳ ଗୁଡ଼ିକ ଥିବା ଅଳିଆ ଆବର୍ଜ୍ଜନା ସଫା ସୁତର କରି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ବିଜୟା ଦଶମୀ ବା ଶାରଦୀୟ ଦୁର୍ଗାପୂଜା। ଟ୍ରଷ୍ଟ ସଦସ୍ୟଙ୍କ ଏହି ମହତ କାର୍ଯ୍ୟ କୁ ଅଞ୍ଚଳବାସୀ ସମ୍ମାନ ଜଣାଇବା ସହିତ ଏଭଳି କାର୍ଯ୍ୟ ପ୍ରଶଂସ ନୀୟ ବୋଲି ମତପ୍ରକାଶ କରିଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?






