ବ୍ଲକ ସ୍ତରୀୟ କବାଡି, ଖୋ ଖୋ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

Sep 18, 2024 - 20:09
 0  12
ବ୍ଲକ ସ୍ତରୀୟ କବାଡି, ଖୋ ଖୋ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ

ସଦର ବ୍ଲକ ନୂଆପଡ଼ା ଅନ୍ତର୍ଗତ ପାୱାରତୋଲା ଶ୍ରୀରାମ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ କବାଡି, ଖୋଖୋ ଏଵଂ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ନୂଆପଡ଼ା ରାଜେନ୍ଦ୍ର ଢୋଲକିଆ,ସମ୍ମାନୀତ ଅତିଥି ଭାବରେ ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତରେଶ୍ଵରି ସାହୁ, ଶିକ୍ଷାବିତ୍ ଡଃ. ଶିବପ୍ରସାଦ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ପଞ୍ଚାୟତ ସମିତି ସଭ୍ୟା ଆମାନାରା ନୂତନ ନାଏକ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ଦୀକ୍ଷିତ,ଗୋଷ୍ଠୀ ଶିକ୍ଷା ଅଧିକାରୀ ନୂଆପଡ଼ା ହେମସାଗର ମହାନନ୍ଦ , ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତ୍ ରାମ ନାଏକ,ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ମହାରଣା ପ୍ରମୁଖ ଯୋଗଦେଇ ଶୁଭ ଉଦ୍ଘାଟନ କରି ଶିଶୁ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ପ୍ରଦାନ କରିଥିଲେ । ଚଉଦ ବର୍ଷରୁ ଏଵଂ ସତର ବର୍ଷରୁ କମ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ପ୍ରତିଯୋଗିତାରେ ବ୍ଲକ କୁ ଭାଗ କରାଯାଇଥିବା ଚାରୋଟି ଜୋନ ସାଲିହାଗଡ , ଯୋଙ୍କ , ମାରାଗୁଡ଼ା ଏଵଂ ଗୋଧସ ଜୋନ ରୁ କୃତୀପ୍ରତିଯୋଗୀ ଭାଗ ନେ଼ଇ ନିଜର କ୍ରୀଡାଦକ୍ଷତା ପ୍ରତିପାଦନ କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଗିରିଧାରୀ ସା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲିପ ନିର୍ମଲକର , ଜିଲ୍ଲା ପରିଷଦ ସଦସ୍ୟ ଭରତ ରାଉତ, ପଞ୍ଚାୟତ ସମିତି ସଭ୍ୟା ଆମାନାରା ନୂତନ ନାଏକ,ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ,ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣୀ ଅଗସ୍ତି ,ଚୈତ୍ରରାମ ନାଏକ ପ୍ରମୁଖ ଯୋଗଦେଇ ଶିଶୁ କ୍ରୀଡାପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ଶୁଶାନ୍ତ ମୁଣ୍ଡ ଓ ଯୋଗେନ୍ଦ୍ର ବେହେରା ମଞ୍ଚ ପରିଚାଳନା କରୁଥିଲେ।କ୍ରୀଡା ପ୍ରତିଯୋଗିତା ଗୁଡିକର ସଫଳ ଆୟୋଜନରେ ବ୍ଲକ ର ସମସ୍ତ ଶାରିରୀକ ଶିକ୍ଷା ଶିକ୍ଷକ, ସାଧନ କେନ୍ଦ୍ର ସଂଯୋଜକ, ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ, ଏଵଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ ।

ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ