ମନ ମୋହିଲା ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ ସମାରୋହ ଧଣ୍ଡରା ଠାରେ ବିଶାଳ ଜନ ଗହଳି

Nov 21, 2024 - 12:11
 0  48
ମନ ମୋହିଲା ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ ସମାରୋହ ଧଣ୍ଡରା ଠାରେ ବିଶାଳ ଜନ ଗହଳି

ନବରଙ୍ଗପୁର,ଧଣ୍ଡରା, ତା:-୨୦,୧୧,୨୦୨୪ ନବରଙ୍ଗପୁର ଜିଲ୍ଲା କଳା, ସଂସ୍କ୍ରୁତି,ଐତିହ୍ୟ,ପରମ୍ପରା ର ପର୍ବ "ମଣ୍ଡେଇ"ବ୍ଲକ୍ ସ୍ତରରେ ଉଦ୍ଘାଟିତ ହୋଇଯାଇଛି ! ସ୍ଥାନୀୟ ପାରମ୍ପରିକ ଦେଶିଆ ନାଚ ସହ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଣ୍ଡରା ଗ୍ରାମ ପଞ୍ଚାୟତ ଠାରେ ପାରମ୍ପରିକ ଭାବରେ ଜିଲ୍ଲା ସ୍ତରୀୟ ମଣ୍ଡେଇର ଶୁଭ କାର୍ଯ୍ୟ ସମାପନ ହୋଇ ଯାଇଅଛି ! ପ୍ରାୟ ୪ ହଜାର ଲୋକଙ୍କର ସମାବେଶରେ ଧଣ୍ଡରା ଗ୍ରାମର ଇଷ୍ଟ ଦେବୀ ଡଙ୍ଗର ଦେଇଙ୍କର ମନ୍ଦିର ରୁ ପାହାଡ଼ ଉପରେ ଥିବା ଝାଡେଶ୍ୱର ଶିବ ମନ୍ଦିରରୁ ମଶାଲ ଆଣି ବାଲି ଚାଙ୍ଗଡ଼ା ଧରି ମାଁ ଓ ଭଉଣୀ ମାନେ ମଶାଲ ଶୋଭାଯାତ୍ରାରେ ନବରଙ୍ଗପୁର ଠାରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତାରେ ଦେଇ ନରସିଂହ ଗୁଡା ଓ ଧଣ୍ଡରା ମଝି ଭାଗରେ ଥିବା ପଡିଆକୁ ପହଞ୍ଚିଥିଲେ ! ଏହି ଶୋଭାଯାତ୍ରାରେ ପ୍ରାୟ ୧୮ ଟି ସାଂସ୍କୃତିକ ଦଳ ସାମିଲ ହୋଇ ମଶାଲ କୁ ପାଛୋଟି ନେଇଥିଲେ ! ଶୋଭାଯାତ୍ରାରେ ଦିବସ ର ମୁଖ୍ୟ ଅତିଥି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ,ଝରୀଗାଁ ବିଧାୟକ ନରସିଂହ ଭତରା , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ନବୀନ ଚନ୍ଦ୍ର ନାୟକ, ସି ଡି ଓ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର,ଜିଲ୍ଲାପରିଷଦ ସଭ୍ୟ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷ,ଧଣ୍ଡରା ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟ, ନନ୍ଦାହାଣ୍ଡି ,ତେନ୍ତୁଳିଖୁଣ୍ଟି ,ନବରଙ୍ଗପୁର ବି ଡି ଓ,ବ୍ଲକ କର୍ମଚାରୀ, ମଣ୍ଡେଇ ର ବିଭିନ୍ନ କମିଟି ର ସଦସ୍ୟ,କଳାକାର ମାନଙ୍କ ସହ ବହୁ ଗ୍ରାମରୁ ଆସିଥିବା ଦର୍ଶକ ମାନେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ! ଧଣ୍ଡରା ଠାରେ ଆୟୋଜିତ ସଭାମଞ୍ଚରେ ପବିତ୍ର ମଶାଲ କୁ ସ୍ଥାପନ ପରେ ଦେବ ଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ! ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ଝରି ଗାଁ ବିଧାୟକ ନରସିଂହ ଭତ୍ରା, ଡ଼ାବୁ ଗାଁ ବିଧାୟକ ମନୋହର ରନ୍ଧାରି ଙ୍କ ସମେତ ପ୍ରଶାସନିକ ଅଧିକାରୀ ,ଜିଲ୍ଲା ପରିଷଦ ସଭ୍ୟ,ପୌରପାଳିକା ଅଧ୍ୟକ୍ଷ,ବ୍ଲକ ଅଧ୍ୟକ୍ଷ,ସରପଞ୍ଚ,ସମିତି ସଭ୍ୟ ଉପସ୍ଥିତ ଥିଲେ ! ମଣ୍ଡେଇ ୨୦୨୪ ର ପୋଷ୍ଟର ଓ ଲୋଗୋ ଅତିଥି ଗଣ ଉନ୍ମୋଚନ କରିଥିଲେ ! ଅତିଥି ମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସ୍ବାଗତ କରାଯାଇଥିଲା ! ଅତିଥିଗଣ ନିଜ ବକ୍ତବ୍ୟରେ ଜିଲ୍ଲା ର କଳା,ସଂସ୍କୃତି,ଐତିହ,ପରମ୍ପରା କୁ ବଞ୍ଚାଇବା ଏବଂ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଐକବଦ୍ଧ ହୋଇ କାମ କରିବାକୁ ଆହ୍ବାନ ଦେଇଥିଲେ ! ସଭାପରେ ୩୦ ଟି ସାଂସ୍କୃତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା ! ସନ୍ଧ୍ୟା ରେ ବିଶିଷ୍ଟ କଳାକାର ରୁକୁ ସୁନା ଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ପ୍ରବଳ ଭିଡ଼ ର ସମ୍ଭାବନା ରହିଛି ! ଏହି ମଣ୍ଡେଇ ମହୋତ୍ସବ-୨୦୨୪ ର ଆୟୋଜନ ଓ ପରିଚାଳନା ରେ ବିଡିଓ ନନ୍ଦାହାଣ୍ଡି କ୍ଷୀରୋଦ ସାହୁ,ବିଡିଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ ଏବଂ ବିଡିଓ ନବରଙ୍ଗପୁର ସୁନୀଲ ଖୂରା ଦାୟିତ୍ଵ ନିର୍ବାହ କରିଥିଲେ ! ଡି ଆଇ ପି ଆର୍ ଓ ମନୋଜ ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଉତ୍ସବ ପାଳନ ରେ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ