ନେସନାଲ କଲେଜ ଠାରେ ସୁଭଦ୍ରା ଯୋଜନା ସଚେତନ କାର୍ଯ୍ୟକ୍ରମକୁ ନେଇ ଭିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡା : ସ୍ଥାନୀୟ ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ପରିସର ମଧ୍ୟରେ ସୁଭଦ୍ରା ଯୋଜନା ସଚେତନ କାର୍ଯ୍ୟକ୍ରମ ନେଇ ନେସନାଲ କଲେଜ୍ ପରିସର ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ସୁଭଦ୍ରା ଯୋଜନା କୁ ପ୍ରତିଯୋଗିତା ମାଧ୍ୟମ ରେ ସଚେତନ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଭିନ୍ନ ପ୍ରକାରର ଯଥା ରଙ୍ଗୋଳୀ, ପେଣ୍ଟିଙ୍ଗ, ଫଟୋଗ୍ରାଫି ଅନୁଷ୍ଠିତ ହେବା ସହ ତର୍କ ଏବଂ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ସମସ୍ତ ପ୍ରତିଯୋଗୀତା ପରିଚାଳନା ପାଇଁ ପାଞ୍ଚ ରୁ ଉର୍ଦ୍ଧ ଅଧ୍ୟାପକ ସୁଚାରୁରୂପେ ସମ୍ପାଦନ ଦାୟିତ୍ବ ନିର୍ବାହ କରିଥିବା ବେଳେ ଈଶ୍ୱର ପଟେଲ, ବିଜୟ ପରିଡା, ହେମଲାଲ ସା, ଯଶୋବନ୍ତ ଭୋଇ, ପ୍ରମୋଦ କୁମାର ଗଡିଆ,ଲୋକ ରଂଜନ ମହାନନ୍ଦ, ଦୀନବନ୍ଧୁ ଶବର, ତୁକାରମ କଟା ରଚନା ପ୍ରତିଯୋଗିତା ରେ ଡ଼. ମିନକ୍ଷୀ ଦାସ, ପ୍ରତିମା ମାଝୀ, ରଙ୍କେଟେଶ୍ୱର ପ୍ରଧାନ, ରବୀନ୍ଦ୍ର ସିଂ ବାରିକ,ମିସ ଜେ ପ୍ରଧାନ, ସହ ବହୁ ଅଧ୍ୟାପକ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ରୂପେ ଆଲୋକ କୁମାର ଜୟପୁରୀଆ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ନୋଡାଲ ଅଧିକାରୀ ପ୍ରକାଶ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୋପୀ ଗୋପାଳ ସୁନା ଧନ୍ୟବାଦ ଦେଇଥିଲେ।
ନୂଆପଡାରୁ ନିଶ୍ବନାଥ ସାମଲଙ୍କ ରିପୋର୍ଟ
What's Your Reaction?






