ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ (କିସାନ ବ୍ରଦର୍ସ ଓ ଝାଞ୍ଜଡ଼ାପାଳ ଚମ୍ପିୟାନ)

May 18, 2025 - 20:02
 0  19
ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ (କିସାନ ବ୍ରଦର୍ସ ଓ ଝାଞ୍ଜଡ଼ାପାଳ ଚମ୍ପିୟାନ)

ବାରିପଦା - ତା :- ୧୮/୦୫/୨୦୨୫ ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୪୦ ବର୍ଷରୁ କମ ଫାଇନାଲ ମ୍ୟାଚରେ କିସାନ ବ୍ରଦର୍ସ ଫୁଟବଲ କ୍ଲବ ଫ୍ରେଣ୍ଡସ ଉଇନାଇଟେଡ଼ ଫୁଟବଲ କ୍ଲବ, ଗୋପୀବଲ୍ଲଭପୁର କୁ ୧ - ୦ ଗୋଲରେ ପରାସ୍ତ କରି ଚାମ୍ପିୟାନ ହୋଇଛି I ସୋନୁ ହେମ୍ବ୍ରମ ଏକ ମାତ୍ର ଗୋଲ କରିଥିଲେ I ୪୦ ବର୍ଷରୁ ଉର୍ଦ୍ଧ ଦ୍ଵିତୀୟ ଫାଇନାଲ ମ୍ୟାଚରେ ଝାଞ୍ଜଡ଼ାପାଳ ଫୁଟବଲ କ୍ଲବ ଭେଟେରାନ ଫୁଟବଲ କ୍ଲବକୁ ୧ - ୦ ଗୋଲରେ ପରାସ୍ତ କରି ଚାମ୍ପିୟାନ ହୋଇଛି I ହିକିମ ମୁର୍ମୁ ଏକ ମାତ୍ର ଗୋଲ କରିଥିଲେ I ଶୈକତ ଗିରି, ଅମିତ ମାଇତି, ଚନ୍ଦନା ଘୋଷ ଓ ସୁଭଦ୍ରା ହେମ୍ବ୍ରମ ଖେଳ ପରିଚାଳନା କରିଥିବା ବେଳେ ମନୋଜ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ I ଏହି ଅବସରରେ ବରିଷ୍ଠ ଖେଳାଳି ଦିଗେଶ୍ୱର ମହାନ୍ତ, ସୁଶାନ୍ତ କରଣ, ମାଣିକ ରଣା, ପଟେଲ ଦା ଙ୍କୁ ମୁଖ୍ୟ ଆୟୋଜକ ଲୋହିତ ଦାଶ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଅତିଥି ଭାବେ ଯୋଗ ଦେଇ ଫାଓ ଉପ ସଭାପତି ଅସିତ ପତି, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ପୂର୍ବତନ ଫାଓ ଉପ ସଭାପତି ପ୍ରଦୀପ କିଶୋର ମହାନ୍ତି, ସେଙ୍ଗଲ ଦା, ଯଦୁନାଥ ମାଝୀ, କୁମାର ରଞ୍ଜନ ପଣ୍ଡା, ନନ୍ଦଲାଲ ମହାପାତ୍ର, କୈଳାଶ ବେହେରା, ବିଜୟ କୁମାର ଦାସ (ମଣ୍ଟୁ ଦା), ହରିଶ ଷଡ଼ଙ୍ଗୀ, ବୈଲୋଚନ ପାତ୍ର, ଲଲାଟେନ୍ଦୁ ବେହେରା ତପନ କୁମାର ସିନ୍ହା, ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ଯୁବ ଦଳରେ ଚମ୍ପିୟାନ ଦଳକୁ ୩୦ ହଜାର ଓ ଟ୍ରଫି ଓ ରନର୍ସ ଅପ ଦଳକୁ ୨୫ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଭେଟେରାନ ଦଳରେ ଚାମ୍ପିୟାନ ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୮ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I ସୋନୁ ହେମ୍ବ୍ରମ ଓ ହିକିମ ମୁର୍ମୁଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା I ରବୀନ୍ଦ୍ର ନାୟକ, ନୁରୁଲ ଇସଲାମ, ସୁକେନ୍ଦୁ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ