।। ବିଭିନ୍ନ ସମସ୍ୟା କୁ ନେଇ 5ଟି ସଚିବ ଥୁଆମୂଳ ରାମପୁର ଗସ୍ତ ।।

May 20, 2023 - 21:28
 1  48
।। ବିଭିନ୍ନ ସମସ୍ୟା କୁ ନେଇ 5ଟି ସଚିବ ଥୁଆମୂଳ ରାମପୁର  ଗସ୍ତ ।।

ଦୁଇ ଦିନିଆ ଗସ୍ତରେ କଳାହାଣ୍ଡି ଜିଲ୍ଲା ର ଆଜି ଦ୍ଵିତୀୟ ଦିନ ବା ଦୁଇଦିନିଆ ଶେଷ ହୋଇଛି ଆଜି ତା 20/5/023ରିଖ ଶନିବାର ସକାଳ 7ଟା 40ମିନିଟରେ 5ଟି ସଚିବ ଭିକେ କାର୍ତ୍ତିକେନ ପାଣ୍ଡିଆନ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ବିଭିନ୍ନ ସମସ୍ୟା କୁ ନେଇ +2କଲେଜ ପଡିଆରେ ଅବତରଣ କରିବା ପରେ ଦଳୀୟ କର୍ମୀ, ବ୍ଲକ ପ୍ରଶାସନ ଏସ ଏଚ ଜି ମହିଳା ପୁଷ୍ପଗୁଚ୍ଛ ଦେଇ ପାଣ୍ଡିଆନଙ୍କୁ ସଂମ୍ମାନିତ କରିଥିଲେ l ପରେ ଅଞ୍ଚଳ ର ଜନତାଙ୍କୁ ଶିକ୍ଷା ପାଇଁ ଡିଗ୍ରୀ କଲେଜ ସ୍ଥାପନ କରିବା ପାଇଁ,, ଦୁଇଟି ପଞ୍ଚାୟତ କୁ ଗୋଟେ ବ୍ୟାଙ୍କ ଦେବା ପାଇଁ,ପ୍ରତିଶୃତି ଦେଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ମହିଳା ପୁରୁଷ କୁ କେତେ ମିଳୁଛି ବୋଲି ପ୍ରଶ୍ନ ପଚାରି ଥୁବା ବେଳେ ଅନେକ ଲୋକ ପ୍ରଶ୍ନ ର ଉତ୍ତର ଦେବା ସହ ଜନସାଧାରଣ ଙ୍କ ଦାବୀ କୁ ନେଇ ଆଲୋଚନା କରିଥିଲେ l ଜନତାଙ୍କ ସହ କିଛି ପ୍ରଶ୍ନ ଉତ୍ତର ହୋଇ ଥିଲା l ଏହାକୁ ନେଇ ଅଞ୍ଚଳ ବାସି ବେଶ ଆନନ୍ଦ ର ଲହରୀ ଖେଳିଛି lଥୁଆମୂଳ ରାମପୁର ଅଞ୍ଚଳ ର ସମସ୍ୟା କୁ ଅନେକ ଲୋକ ଅଭିଯୋଗ ପତ୍ର ଦେଇଥିଲେ l ପ୍ରଥମେ କଲେଜ ରୁ ମା ମାଣିକେଶ୍ବରୀ ମନ୍ଦିରଦର୍ଶନ କରିବାକୁ ଯାଇ ମନ୍ଦିର ନିର୍ମାଣ କାର୍ଯ୍ୟ କୁ ତଦାରଖ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଓ ନିକଟରେ ଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ 50ଲକ୍ଷ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିବା ସହ ଆଇ ବି ବଙ୍ଗଳା ଯାଇପୁଣି କଲେଜ ପଡିଆକୁ ଫେରି ଅନେକ ଲୋକଙ୍କୁ ସହ ଫୋଟୋହୋଇ ହେଲିକପ୍ଟର ଯୋଗେ କଳମପୁର ଯିବା ଜଣାପଡିଛି l ଏଥିରେ ଜିଲ୍ଲା ଓ ବ୍ଲକ ବିଭାଗୀୟ ସରକାରୀ କର୍ମଚାରୀ ବେସରକାରୀ,ରାଜନେତା ପ୍ରଶାସନ ଶହ ଶହ ଜନତା ଉପସ୍ଥିତ ଥିଲେ l ମୁଖ୍ୟ ତ ଏଠି ଏସ ଏଚ ଜି ଗ୍ରୁପ ମହିଳା ବହୁ ପରିମାଣ ରେ ଥିଲେ l ଦର୍ଶକ ବନ୍ଧୁ ଦେଖିବା ଥୁଆମୂଳ ରାମପୁର ଅଞ୍ଚଳ ର କେତେ ସମସ୍ୟା ଓ କେବେ ସମାଧାନ ହେବ ତାହା ସମୟ କହିବ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ