।। ବାଗଡିଆଣି ଗ୍ରାମରେ ପଞ୍ଚାୟତ ସ୍ତରୀୟ 'ଆମ ଓଡିଶା ନବୀନ ଓଡିଶା' ସଚେତନ ଶିବିର ।।

Feb 9, 2024 - 18:41
 0  21
।। ବାଗଡିଆଣି ଗ୍ରାମରେ ପଞ୍ଚାୟତ ସ୍ତରୀୟ 'ଆମ ଓଡିଶା ନବୀନ ଓଡିଶା' ସଚେତନ ଶିବିର ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ବାଗଡିଆଣି ପଞ୍ଚାୟତ ଠାରେ ଆୟୋଜିତ "ଆମ ଓଡିଶା ନବୀନ ଓଡିଶା" ର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବାଗଡିଆଣି ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ମୁଖ୍ୟ ବକ୍ତା ଭାବେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜୟନ୍ତୀ ମାଝୀ, ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ସ୍ଥାନୀୟ ସମିତି ସଭ୍ଯ ଶ୍ରୀ ଘାସିରାମ ମାଝୀ, ପୂର୍ବତନ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ଶାନ୍ତି ମାଝୀ, ବାଗଡିଆଣି ପୂର୍ବତନ ସରପଞ୍ଚ ସରୋଜିନୀ ମାଝୀ, ବ୍ଳକ ବିଜେଡି ଯୁବ ଛାତ୍ର ସଭାପତି ଶ୍ରୀ ସୁଜନ କୁମାର ନାଏକ, ବାଗଡିଆଣି ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ। ସଚେତନ ଶିବିରରେ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଯୋଗଦେଇ କାର୍ଯ୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ ଓଡିଶା ସରକାରଙ୍କ ୫- ଟି ଜରୀଆରେ କରା ଯାଉଥିବା ରୂପାନ୍ତରିକରଣ, ଜଗନ୍ନାଥ ସଂସ୍କୃତି, ବିଭିନ୍ନ ଦେବାଦେବୀ ମନ୍ଦିର ନିର୍ମାଣ, ବିଦ୍ଯାଳୟ ଗୁଡିକର ରୂପାନ୍ତରିତ, ସୁଗମ ଗମନାଗମନ ବ୍ଯବସ୍ଥା, ଐତିହ୍ୟର ଭିତ୍ତିଭୂମିର ବିକାଶ ସହିତ କ୍ରୀଡା ଇତ୍ୟାଦି ବିକାଶ କ୍ଷେତ୍ରରେ ନେଇଥିବା ସରକାରଙ୍କ ପ୍ରମୁଖ ପଦକ୍ଷେପ ଗୁଡିକ ଉପରେ ସେମାନେ ବ୍ଯକ୍ତବ୍ଯ ରଖିଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଳକ କର୍ମଚାରୀ ବି.ଏସ.ଏସ୍.ଓ ସୁନାରାମ ସୋରେନ୍, ନୋଡାଲ ଅଫିସର ଶ୍ରୀ ପ୍ରତାପ କୁମାର ସାହୁ, ବ୍ଳକ ଆରଏସ ବିଭାଗ କର୍ମଚାରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ଦେବ ଉପସ୍ଥିତ ରହିଥିଲେ। ବାଗଡିଆଣି ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ପାଢୀ ଆୟୋଜନ କରିଥିବା ବେଳେ ସଚେତନ ଶିବିର କୁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଶ୍ରୀ ଅତ୍ଯୁତ ନାଏକ ଓ ଯୋଗାଣ ସହାୟକ ଶ୍ରୀ ସରୋଜ କୁମାର ବାଗ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଏହି ଅବସରରେ ମଞ୍ଚରେ ବିଭିନ୍ନ କଳାକାର ମାନଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ଯ, ଘୁମୁରା ଭଳି ଅନ୍ଯାନ୍ଯ ନୃତ୍ଯ ସହିତ ବିଭିନ୍ନ ନୃତ୍ୟରେ ମଞ୍ଚ ଟି ଦୁଲୁକି ଉଠିଥିବା ବେଳେ ମନଭରି ଉପସ୍ଥିତ ଜନତା ଉପଭୋଗ କରିଥିଲେ। ଶ୍ରୀ ସୁଶାନ୍ତ କୁମାର ମାଝୀ ମଞ୍ଚକୁ ପରିଚାଳନା କରିଥିଲେ। ସଚେତନ ମଞ୍ଚରେ ମାନିୟା ମାଝୀ ଲାଠିଆଗୁଡାର ପଞ୍ଚାୟତ ର ଆଦର୍ଶ କୃଷକ, ବାଗଡିଆଣି ପ୍ରଧାନ ଶିକ୍ଷକ ଜୟସିଂହ ମାଝୀ ଆଦର୍ଶ ଶିକ୍ଷକ, ବାଗଡିଆଣି ପଞ୍ଚାୟତ ଆଦର୍ଶ ଅଙ୍ଗନବାଡି କର୍ମୀ ଓ ବାଗଡିଆଣି ପଞ୍ଚାୟତ ଆଦର୍ଶ କଳାକାର ରୁକ୍ତା ମାଝୀ ପ୍ରମୁଖ ଙ୍କୁ ଉତ୍ତୋରିଅ, ମାନପତ୍ର ଓ ଫୁଲଗୁର୍ଚ୍ଛ ଦେଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ସଚେତନ ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ସଚେତନ ଶିବିରରେ ବ୍ଳକରେ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ବିଭାଗ ମଧ୍ୟରୁ ଉଦ୍ଯାନ ବିଭାଗ, ସମ୍ମନୀତ ଶିଶୁ ବିକାଶ ଅଧିନରେ ଥିବା ଅଙ୍ଗନବାଡି, କୃଷି ବିଭାଗ, ଓଡିଶା ଜୀବିକା ମିଶନ ଶକ୍ତି ଭଳି ଅନ୍ଯାନ୍ଯ ଷ୍ଟଲ ସବୁ ଖୋଲାଯାଇ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ