ବଫଲା ମାଲି ଡି. ଏମ. ଏଫ. ଅର୍ଥ କୁ ଜିଲ୍ଲା ପ୍ରଶାସନଙ୍କ ମନମୁଖୀ କୁ ଅଞ୍ଚଳ ବାସିଙ୍କ ବିରୋଧ

Jan 7, 2026 - 12:08
 0  76
ବଫଲା ମାଲି   ଡି. ଏମ. ଏଫ. ଅର୍ଥ କୁ  ଜିଲ୍ଲା ପ୍ରଶାସନଙ୍କ ମନମୁଖୀ କୁ ଅଞ୍ଚଳ ବାସିଙ୍କ ବିରୋଧ

କଳାହାଣ୍ଡି ଜିଲ୍ଲା ମକୁନ୍ଦ ନାଏକ :- 05/01/2026(ଫାଷ୍ଟ ନ୍ୟୁଜ ଓଡିଶା) ଖଣି ପ୍ରଭାବିତ ଅଞ୍ଚଳରେ ପାରିପାର୍ଷିକ ବିକାଶ ମୂଳକ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତୃପକ୍ଷ ମିଳିତ ଭାବେ ନିରୀହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସହ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରଲ୍ଲଭନ ଦେଖାଇଥିଲେ l କିନ୍ତୁ ଅଦ୍ୟାବଧି ସୁଦ୍ଧା ଅଞ୍ଚଳରେ ଯେଉଁ ଯେଉଁ କାର୍ଯ୍ୟ କରିବାକୁ ନିଷ୍ପତି କରିଥିଲେ l ହେଲେ କାର୍ଯ୍ୟ ପୁରା ଶୂନ ହୋଇଛି ବୋଲି ଅଞ୍ଚଳ ବାସି ଗଣମାଧ୍ୟମ ଆଗରେ ମତପ୍ରକାଶ କରିଥିଲେ l ବଫଲା ମାଲି ଖଣି ଖନନ ଦ୍ୱାରା ବିକାଶ ମୂଳକ କାର୍ଯ୍ୟ ପ୍ରଭାବିତ ଅଞ୍ଚଳ ରେ 70% ପ୍ରତିଶତ ଅର୍ଥକୁ ବିନିଯୋଗ କରିବା ସରକାରଙ୍କ ନିୟମ ରହିଛି l ସେହି ଅର୍ଥ କୁ ପ୍ରଭାବିତ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ କରିବାକୁ ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଉଥିବା ଅଭିଯୋଗ ହେଉଛି l ନିରୀହ, ଗରିବ, ସରଳତା ର ସୁଯୋଗ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କତୃପକ୍ଷ ହଇରାଣ ହରକତ କରିବାକୁ ଷଡଯନ୍ତ୍ର ସାଜିଥିବା ପରି କାର୍ଯ୍ୟ କୁ ନେଇ ବିରୋଧ କରୁଥିବା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ତିନୋଟି ଗ୍ରାମପଞ୍ଚାୟତ ଯଥା ଅଡ୍ରି, ଗୋପୀନାଥପୁର ଏବଂ ମାଳିଗାଁ ଗ୍ରାମ ପଞ୍ଚାୟତ l ବଫଲା ମାଲି ଖଣି ଖନନ ହେଉଥିବା ଅଞ୍ଚଳରେ ଡି. ଏମ. ଏଫ. ଅନୁଦାନ ଅର୍ଥକୁ ପ୍ରକୃତ ସ୍ଥାନ ରେ ନ ଲଗାଇ ପୋଡ଼ଶୀ ବ୍ଲକରେ ଡି. ଏମ.ଏଫ.ପାଣ୍ଠି ଅର୍ଥ ଜିଲ୍ଲା ପ୍ରଶାସନ ଅନୁମୋଦନ କରିଥିବା ସୂଚନା ପାଇ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଲିଖିତ ଅଭିଯୋଗକୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସ୍ୱେତେ ଜିଲ୍ଲାପାଳ କର୍ଣ୍ଣପାତ କଲେ ନାହିଁ l ଯଦି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହୋଇ ଅବଶିଷ୍ଟ ଅର୍ଥକୁ ଥୁଆମୂଳ ରାମପୁର ବ୍ଲକ 24ଗୋଟି ପଞ୍ଚାୟତ ରୁ 21ଗୋଟି ପଞ୍ଚାୟତ ରେ ଅର୍ଥ ବିନିଯୋଗ ହେବା ଆବଶ୍ୟକ ଥିବାସ୍ୱେତେ ପ୍ରଶାସନ ଅନ୍ୟ ବ୍ଲକରେ ଦୃଷ୍ଟି ଦେବାର ଚର୍ଚ୍ଚାର ବିଷୟ ପାଲଟିଛି lକାରଣ ଖଣି ଅଞ୍ଚଳରୁ ପଢ଼ୋଶୀ ବ୍ଲକ କଳମପୁର ଏବଂ ଜୟପଟଣା ବ୍ଲକ ପ୍ରାୟ 100ରୁ 110କି.ମି. ଦୂରତାରେ ରହିଛି l ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ବଫଲା ମାଲି ଖଣି ଖନନକୁ ଅଞ୍ଚଳ ବାସି ଖଣି ଖନନ ବନ୍ଧ କରିବାକୁ ନିଷ୍ପତି ନେଇଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ