।। ବଡଛତ୍ରଙ୍ଗ ଗ୍ରାମ ର ସାହୁପଡ଼ା ପାଖରେ ଥିବା ମୁଖ୍ୟ ରାସ୍ତା ପୋଲ ଭୁଶୁଡି ବିପଦ ସଂକୁଳ ।।

ବର୍ଷା ପାଣି ଯୋଗୁ ମୁଖ୍ୟ ରାସ୍ତାରେ କରିଥିବା ଛୋଟ ପୋଲ ଭୁଶୁଡି ଯାଇଛି l
ଯାନବାହାନ ଯାତାୟାତ ବହୁତ କଷ୍ଟ ହେବା ସହ ବିପଦ ଆଡକୁ ଠେଲି ହେଉଛି l ଏହି ହେଉଛି ଥୁଆମୂଳ ରାମପୁର ଠାରୁ ମହୁଲପାଟଣା ଥିବା ମୁଖ୍ୟ ରାସ୍ତା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଡଛତ୍ରଙ୍ଗ ଗ୍ରାମ ର ସାହୁ ପଡା ପାଖରେ ଥିବା ପୋଲ ଭୁଶୁଡି ଯାଇଛି l
ରାସ୍ତା ରେ ପଥଚାରି, ଯାନବାହାନ ଯିବା ଆସିବା ଅସୁବିଧା ହେବା ସହ ପୋଲ ରେ ଦୁର୍ଘଟଣା ଘଟି ପାରେ l ଏହି ପୋଲ ଦୀର୍ଘ 70/80ବର୍ଷ ହୋଇ ଥିବା ବେଳେ କେବେ ବି ପୋଲ କୁ ମରାମତି କରି ନ ଥିବା ଗ୍ରାମ ବାସି ପ୍ରକାଶ କଲେ l ଏଥିପ୍ରତି ପ୍ରଶାସନ ତୁରନ୍ତ ଭୁଶୁଡି ଥିବା ପୋଲ କୁ ନୂତନ କରି ଗୋଟେ ପୋଲ କରିବା ଅଭିଯୋଗ କରିଥିଲେ l ଏହି ଖବର ପ୍ରସାରଣ ହେଲା ପରେ କେବେ ନୂତନ ପୋଲ କରିବେ ନା ମରାମତି କରିବେତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






