।। ଯୁବକ ଜଣକଙ୍କୁ ମରଣାତ୍ମକ ଆକ୍ରମଣ ସହ 35ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ ଛଡାଇ ନେଲେ ।।

Sep 2, 2023 - 21:56
 0  281
।। ଯୁବକ ଜଣକଙ୍କୁ ମରଣାତ୍ମକ  ଆକ୍ରମଣ ସହ 35ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ  ଛଡାଇ ନେଲେ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡ଼ାକ କୋଟା ଗ୍ରାମ ର ଚନ୍ଦ୍ର ନାଏକ ନାମକ ଜଣେ ଯୁବକ ଙ୍କୁ କଲମପୁର ର ଗୁମାବାହାଲ ଛକ ଠାରେ ମରାଣାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ସୁଚନା ରୁ ଜଣାପଡିଛି ଯେ ଯୁବକ ଜଣକ ଧର୍ମଗଡ ରୁଏକ ଟ୍ରାକ୍ଟର ଲିଜ ନେଇ ନିଜ ଗାଁ ଡ଼ାକ କୋଟା ଗାଁକୁ ଫେରୁଥିବା ବେଳେ ଗୁମାବାହାଲ ଛକ ଠାରେ କିଛି ଯୁବକ ମାନେ ରାସ୍ତା ମଝିକୁ ଆସି ଟ୍ରାକ୍ଟର କୁ ଅଟକାଇ ଡ୍ରାଇଭ୍ କୁ ଧମକ ଚମକ ଦେବା ସହ ଚନ୍ଦ୍ର ନାଏକ କୁ ଗଇଁଠା, ବିନ୍ଧା,ଓ ଲାଠି ଦ୍ଵାରା ଗଡ଼ାଇ, ଗଡ଼ାଇ ଶୁକ୍ରବାର ରାତି 11 ଠାରେ ମାଡ଼ ମାରି ଥିବା ସମେଦ୍ଵ କଲମପୁର ଥାନାରେ ଅଭିଯୋଗ କରିଛନ୍ତି ଚନ୍ଦ୍ର ନାଏକ।

ଏଥିରେ ଯାହାକି ଲାଳ ନିମଲିଆ ଏହି ଯୁବକ ଏହି ଘଟଣାର ମାଷ୍ଟର ମାଇଣ୍ଡ ଯାହା ଫଳରେ ଏହିଭଳି ଘଟଣାଟି ଘଟିଲାl ଏଥିପାଇଁ ସମ୍ପୂର୍ଣ ରୂପେ ଲାଲ ନିମଳିଆ ହିଁ ଦାୟୀ ବୋଲି ଚନ୍ଦ୍ର ପୋଲିସ କୁ ଲିଖିତ ଜଣାଇଛନ୍ତି l

35ହଜାରଟଙ୍କା ଏବଂ ଗୋଟିଏ ପଳସର ମଟର ସାଇକେଲ ଲାଲ ନିମଳିଆ ଙ୍କ ସାଙ୍ଗରେ ରହିଥିବା ତାଙ୍କ ସାଥି ମାନେ ଛଡେଇ ନେଇ ଛନ୍ତି ବୋଲି ଚନ୍ଦ୍ର ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି l ତେବେ କଲମପୁର ପୋଲିସ ଏଥି ପ୍ରତି କି ପଦକ୍ଷେପ ନେଉଛି l

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ