।। ସର୍ଟ ସର୍କିଟରେ ଜଳିଗଲା ଦୋକାନ ।।

Apr 24, 2024 - 21:45
 0  98
।। ସର୍ଟ ସର୍କିଟରେ ଜଳିଗଲା ଦୋକାନ ।।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ନିଶାଗାଡ଼ିଆ ଗ୍ରାମର ବସନ୍ତ କୁମାର ନାଏକଙ୍କ ଦୋକାନ ଗୃହରେ ଅତ୍ୟଧିକ ଗରମ ଯୋଗୁଁ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ଦୋକାନରେ ଥିବା ଜେରକ୍ସ ମେସିନ, ମୋବାଇଲ, ଚାର୍ଜର, ଫିଂଙ୍ଗର ପ୍ରିଣ୍ଟ, ଫ୍ୟାନ, କମ୍ପ୍ୟୁଟର ସମେତ ବହୁ ଜିନିଷ ପୋଡି ନଷ୍ଟ ହୋଇ ଯାଇଛି। ପୋଡି ଯାଇଥିବା ଜିନିଷ ଗୁଡିକର ମୂଲ୍ୟ ଅନୁମାନିକ ଏକ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି। ତେବେ ଦୋକାନୀ ବସନ୍ତ କୁମାର ନାଏକ ଜଣେ ଭିନ୍ନକ୍ଷମ ବ୍ୟକ୍ତି। ସେ ବିଭିନ୍ନ ଜାଗାରୁ ଲୋନ କରିବା ସହିତ ବିଭିନ୍ନ ସ୍ଥାନରୁ ଧାର କରଜ କରି ଦୋକାନ କରିଥିଲେ ଏବଂ ଉକ୍ତ ଦୋକାନ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କୁ ସରକାର ଙ୍କ ପକ୍ଷରୁ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସୂଚନା ଅନୁସାରେ ଦିନ ଦ୍ୱିପ୍ରହରରେ ଦୋକାନ ବନ୍ଦ କରି ନିଜବସାରେ ଖାଇ ପିଇ ବିଶ୍ରାମ କରୁଥିବା ବେଳେ ଜଣେ ଗ୍ରାହକ ଜିନିଷ ପାଇଁ ଦୋକାନକୁ ଆସିବା ବେଳେ ଦୋକାନରେ ଦୋକାନରେ ପୋଡା ବାସ୍ନା ହେଉଥିବା ଜାଣି ଦୋକାନୀଙ୍କ ଅପାକୁ ଏକଥା ଜଣେଇ ଥିଲେ l ଏହାପରେ ବ୍ୟସ୍ତବିବ୍ରତ ହୋଇ ଦୋକାନ ଖୋଲି ଦେଖି ଦେଖିବାରୁ ଦୋକାନରେ ଅଧିକାଂଶ ସାମଗ୍ରୀ ଜଳି ଯାଇଛି ଏବଂ ନିଆଁ ଥିବା ଦେଖି ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଦେଇଥିଲେ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ