ବଡଛତରଙ୍ଗ ଗ୍ରାମରେ ପଞ୍ଚାୟତ ସ୍ତରୀୟ 'ଆମ ଓଡିଶା ନବୀନ ଓଡିଶା' ସଚେତନ ଶିବିର।

Feb 10, 2024 - 21:10
 0  56
ବଡଛତରଙ୍ଗ ଗ୍ରାମରେ ପଞ୍ଚାୟତ ସ୍ତରୀୟ 'ଆମ ଓଡିଶା ନବୀନ ଓଡିଶା' ସଚେତନ ଶିବିର।

ପୁଣି ଅଞ୍ଚଳର ବିକାଶ କୁ ନେଇ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ଇଙ୍ଗିତ କଲେ ଆଉଜଣେ ସଚେତନ ଯୁବକ l ଆଙ୍କର - କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ବଡଛତରଙ୍ଗ ପଞ୍ଚାୟତ ଠାରେ "ଆମ ଓଡିଶା ନବୀନ ଓଡିଶା" ର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଭାରତୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ବ୍ଳକ ଉପାଧ୍ଯକ୍ଷା ଜୟନ୍ତୀ ମାଝୀ, ଜୋନ୍.୧ ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ମାଝୀ, ପୂର୍ବତନ ବ୍ଳକ ଅଧ୍ଯକ୍ଷ ଗୋବିନ୍ଦ ପ୍ରଧାନୀ, ବିଜେଡି ବ୍ଲକ୍ ସଭାପତି କପିଳାସ ନାଏକ, ପବିତ୍ର ନାଏକ, ବ୍ଳକ ବିଜେଡି ଯୁବ ଛାତ୍ର ସଭାପତି ସୁଜନ କୁମାର ନାଏକ, ନାୟବ ସରପଞ୍ଚ ଚର୍ତ୍ତୁଭୂଜ ନାଏକ, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ବ୍ଳକ କର୍ମଚାରୀ, ଏଇଇ ଦିଲ୍ଲୀପ କୁମାର ପଟେଲ, ଆୟୋଜିତ ସଭାର ନୋଡାଲ ଅଫିସର ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସଚେତନ ଶିବିରରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ମାନେ ଶିବିର ରେ ଯୋଗଦେଇ ସରକାରଙ୍କ ବିକାଶ ମୂଳକ କାର୍ଯ୍ଯ ଗୁଡିକକୁ ତାଙ୍କ ବ୍ଯକ୍ତବ୍ଯ ରଖିଥିଲେ ଓ ସମସ୍ତଙ୍କୁ ବିଭିନ୍ନ ଯୋଜନା ଉପରେ ସଚେତନ କରିଥିଲେ । ହେଲେ ଗତ ଗୁରୁବାର ବିରିକୋଟ ଗ୍ରାମ ପଞ୍ଚାୟତ ରେ ଆୟୋଜିତ ସଚେତନତା ଶିବିରରେ ଯେଉଁ ଉପସ୍ଥିତ ଜନ ପ୍ରତିନିଧିଙ୍କୁ ଯାହା ଅଭିଯୋଗ କରିଥିଲll ଏହି ପରିପ୍ରେକ୍ଷୀରେ ସେ ଅଞ୍ଚଳର ଜଣେ ସଚେତନ ଯୁବକ ସୁରେନ୍ଦ୍ର ନାଏକ ଉପସ୍ଥିତ ଜନ ପ୍ରତିନିଧିଙ୍କୁ ଏବଂ ସରକାରୀ ଅଫିସର ଙ୍କୁ ପ୍ରଶ୍ନ କରିବା ସହ ଅଧିକ ବିକାଶ ପାଇଁ ଅନୁରୋଧ କରିଥିଲେ l ଯଥା ଗ୍ରାମ ପଞ୍ଚାୟତ ମାନଙ୍କରେ ଯେଉଁ ସବୁ ଯୋଜନା ଆସୁଛି ତାହା ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନ ଥିବା ଦର୍ଶାଇ ଥିଲେ। ଯେମିତି କି ଥୁଆମୂଳ ରାମପୁର ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣ କରିବା ବ୍ୟବସ୍ଥା ଥିବା ସ୍ୱତ୍ୟେ ରନ୍ଧା ଖାଦ୍ୟ ରୋଗୀଙ୍କୁ ଦିଆଯାଉ ନ ଥିବା ଉପସ୍ଥାପନ କରିବା ସହ ଅଙ୍ଗନୱାଡ଼ି କେନ୍ଦ୍ର ରେ ପିଲାଙ୍କ ମଧ୍ୟାହ୍ନ ଭଜନରେ ଅବ୍ୟବସ୍ଥା ଯାହାକି ୩ ମାସ ହେଲାଣି ପିଲାଙ୍କୁ ରନ୍ଧା ଖାଦ୍ୟ ଦିଆଯାଉନାହିଁ , ବିଭିନ୍ନ ସ୍କୁଲ ରେ ଶିକ୍ଷକଙ୍କ ଅଭାବ ପିଲାଙ୍କ ସ୍କୁଲ ଗୃହ ନଥିବା କଥା, କୁଲି ମଜୁରୀୟଙ୍କ ଦୈନିକ ଟଙ୍କା ସରକାରଙ୍କ ନିୟମ ଅନୁଯାୟୀ ଦୀୟା ଯାଇନଥିବା ଭଳି ଘଟଣା ବ୍ଯତିତ ଉଦ୍ୟାନ ବିଭାଗର କୃଷି ବିଭାଗର ଅସଫଳତା ଭଳି ଅନେକ ଯୋଜନା ସୂଚାରୂପେ ହେଉନଥିବା ଭଳି ଅନେକ ଅଭିଯୋଗ ଆଣିଥିଲେ l ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାଏକ, ଆୟୋଜନ କରିଥିବା ବେଳେ ଗ୍ରାମ ରୋଜଗାର ସେବକ ମୁକେଶ ମାଝୀ ଓ ଯୋଗାଣ ସହାୟକ ଲକ୍ଷ୍ମୀପତି ନାଏକ ସହଯୋଗ କରିଥିଲେ। ଏହି ଅବସରରେ ମଞ୍ଚରେ ବିଭିନ୍ନ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିବା ବେଳେ ମନଭରି ଉପସ୍ଥିତ ଜନତା ଉପଭୋଗ କରିଥିଲେ। ଏହା ସହ ଆୟୋଜିତ ସଚେତନତା ଶିବିରରେ ବଡ ଛତରଙ୍ଗ ପଞ୍ଚାୟତ ବ୍ୟକ୍ତିତ୍ବ କଳାକାର,,ସାଂକୃତିକା ଅନୁଷ୍ଠାନ କଳାକାର ମାନଙ୍କୁ ମାନପତ୍ର ସଂମ୍ମାନିତ କରାଯାଇଥିଲା l। ଏହି ସଚେତନ ଶିବିରରେ ପଞ୍ଚାୟତ ର ବିଭିନ୍ନ ଗ୍ରାମର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା l ସଚେତନ ଶିବିରରେ ବ୍ଳକର ବିଭିନ୍ନ ବିଭାଗର ଷ୍ଟଲ ଖୋଲାଯାଇ ଉପସ୍ଥିତ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ