।। ପେଟୁର ପଞ୍ଚାୟତ ରେ ମୋ ଓଡିଶା ନବୀନ ଓଡ଼ିଶା ଏବଂ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Jan 29, 2024 - 18:16
Jan 29, 2024 - 18:23
 0  321
।। ପେଟୁର ପଞ୍ଚାୟତ ରେ ମୋ ଓଡିଶା ନବୀନ ଓଡ଼ିଶା ଏବଂ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା, ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁର ଗ୍ରାମପଞ୍ଚାୟତ ଠାରେ ଆଜି ଦିନ ୧୧ଘଟିକା ୩୦ମିନିଟ ସମୟରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଠାରେ ୧୫ଗୋଟି ଗ୍ରାମର ପ୍ରାୟ ୫ସହ ରୁ ୬ସହ ସଂଖ୍ୟ।ରେ ଲୋକେ ଉପସ୍ଥିତ ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ଲୋକ ମାନଙ୍କ ଅସୁବିଧାରେ ସମ୍ମୁଖିନ ନହେବା ପାଇଁ ଗାଡ଼ିର ବ୍ୟବସ୍ତା ଓ ମଧ୍ୟାନ ଭଜନ ସହ ସବୁ ସୁବିଧା ସୁଯୋଗ ଯୋଗେଇ ଦିଆଯାଇଥିଲା ।ଆରମ୍ଭରୁ ଢେମ୍ସା ନୃତ୍ୟର ମନରଞ୍ଜନ କରାଯାଇଥିଲା ଏବଂ ଏହାର ପ୍ରାଇଜ ବଣ୍ଟନ ମଧ୍ୟ ହେଇଥିଲା ।ଏଥିରେ ଡାକ୍ତର ମଧ୍ୟ ଉପସ୍ଥିତ ରହି ଔଷଧ ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଟ୍ଟାଙ୍ଗି ବିଧାୟକ ତଥା ଯୁବ ନେତା ପ୍ରୀତମ ପାଡ଼ି,ସାମ୍ନାନିୟ ଅତିଥି ଭାବେ ଲଇଚନ ଖରା, ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ବିଜେଡ଼ି କର୍ମୀମାନେ ସବୁ ଉପସ୍ଥିତ ରହିଥିଲେ ।ଶେଷରେ ସ୍ଥାନୀୟ PEO ମଦନ ମାଡ଼ିଙ୍ଗି ଏବଂ ଅଶୋକ କୁମାର ଚୌଧରି ଅପରାହ୍ନ ୩ ଘଟିକା ସମୟରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସମାପ୍ତ କରିଥିଲେ ।

କୋରାପୁଟ ରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ