ପୁଣି ବାଘ ଛାଲ ଚାଲାଣ କାରୀଙ୍କ ସହ ଜଣେ ଶିକାରୀଙ୍କୁ ଧରିବା ସଫଳ ହୋଇଛି ବାଲିଗୁଡ଼ା ଉପଖଣ୍ଡ ବନ ବିଭାଗ
ଗତ ୧୭ତାରିଖରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟରେ କାଳର ପତରିୟା ବାଘ ଛାଲ ଚାଲାଣ କାରୀଙ୍କୁ ଗିରଫ୍ କରିଥିବା ବେଳେ ପୁଣିଥରେ ତାଙ୍କ ସହଯୋଗୀଙ୍କୁ ସେହି ବସ୍ ଷ୍ଟାଣ୍ଡ ରେ ହିଁ ଗିରଫ କରିଛି ବାଲିଗୁଡ଼ା ବନବିଭାଗ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ କୁ ମିଳିଛି ବଡ଼ ସଫଳତା। ବାଲିଗୁଡ଼ା ବନାଞ୍ଚଳରେ ଚିତାବାଘ ଚମଡ଼ାର ବେଆଇନ କାରବାର ଘଟଣାର ତଦନ୍ତ ବେଳେ ବନ ବିଭାଗ ପକ୍ଷରୁ ତିନି ଜଣଙ୍କୁ ଗିରଫ କରିବାରେ ସଫଳତା ମିଳିଛି। ଏଥିସହ ବନ୍ୟଜନ୍ତୁଙ୍କ ବିଭିନ୍ନ ଅଙ୍ଗ ଜବତ କରାଯାଇଛି। ବାଲିଗୁଡ଼ା ବନାଞ୍ଚଳର Case No. 43/2026-27 ମାମଲାର ତଦନ୍ତ ସମୟରେ ଚିତାବାଘ ଚମଡ଼ାର ବେଆଇନ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ ନଜର ରଖିଥିଲା ବନବିଭାଗ। ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ବନ୍ଧା ହୋଇ ଥିବା ସେହି ଅଭିଯୁକ୍ତ ମାନେ ହେଲେ ଏହି ଘଟଣାରେ ଜବଦି ଗ୍ରାମର ଶ୍ରୀ ଅମିତାଭଚନ ପ୍ରଧାନ ଓ ସଙ୍କଖାସାହି ଗ୍ରାମର ଶ୍ରୀ ଟୋଫାନ ପ୍ରଧାନଙ୍କୁ ଗିରଫ କରାଯାଇଛି। ଏମାନେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳର ଉତ୍ତମ ମାଝୀଙ୍କୁ ଚିତାବାଘ ଚମଡ଼ା ଯୋଗାଉଥିବା ଅଭିଯୋ ଗ ହୋଇଛି। ଉତ୍ତମ ମାଝୀ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।ସେହିପରି ଟିକାବାଲି ଥାନା ଅନ୍ତର୍ଗତ ରାଜିକାଖୋଲ ଗ୍ରାମର ଦିଗମ୍ବର କହଁର ଓରଫ ଡିମ୍ବାଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ନିଜ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଶୀ ବନ୍ଧୁକ ବ୍ୟବହାର କରି ଚିତାବାଘ ଶିକାର କରୁଥିବା ମଧ୍ଯ ଅଭିଯୋଗ ହୋଇଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0