।। ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ଗଠନ, କର୍ମକର୍ତ୍ତା ଚୟନ,ସଭାପତି ମୋତିଲାଲ,ସମ୍ପାଦକ ଟିକେଶ୍ୱର ।।

Aug 18, 2023 - 18:22
 0  19
।। ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ଗଠନ, କର୍ମକର୍ତ୍ତା ଚୟନ,ସଭାପତି ମୋତିଲାଲ,ସମ୍ପାଦକ ଟିକେଶ୍ୱର ।।

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ) ଗଠନ, କର୍ମକର୍ତ୍ତା ଚୟନ ହୋଇଛନ୍ତି।

ତରବୋଡ଼ ସମ୍ଭବ ପ୍ରୋଜେକ୍ଟ ଆମ୍ବ ବଗିଚା ଠାରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ଙ୍କ ଅଧ୍ୟକ୍ଷତାରେ ନାସ ବୈଠକ ଅନୁଷ୍ଠିତ।

ବୈଠକରେ ସିନାପାଲି, ଖଡ଼ିଆଳ, ବୋଡେ଼ନ, କୋମନା, ନୂଆପଡା ବ୍ଲକ ରୁ ୩୦ ଜଣ ସାମ୍ବାଦିକ ମହିଳା ସାମ୍ବାଦିକ ଯୋଗଦେଇଥିଲେ ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ର କାର୍ଯ୍ୟକାରୀକମିଟି ଗଠନ କରିଛନ୍ତି ।

ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ ଙ୍କୁ ଚୟନ କରାଯାଥିବା ବେଳେ ସାଧାରଣ ସଂପାଦକ ଭାବରେ ଟିକେଶ୍ୱର ନାଗ,ଉପସଭାପତି ଜଗନ୍ନାଥ ସାଗର,ସହ ସମ୍ପାଦକ ଦିଲ୍ଲୀପ ଦଳପତି, କୋଷାଧ୍ୟକ୍ଷ ମାଧବ ସାହୁ, ଜାତୀୟ କାର୍ଯ୍ୟକାରିଣୀ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ ,ରାଜ୍ୟ କାର୍ଯ୍ୟ କାରିଣୀ ଅଜିତ କୁମାର ଯୋଶୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି ।

ସେହିଭଳି ପାଞ୍ଚ ଗୋଟି ବ୍ଲକରୁ ପାଞ୍ଚଜଣ ବ୍ଲକ ସଂଯୋଜକ ଚୟନ କରାଯାଇଛି ଖଡ଼ିଆଳ ବ୍ଲକ ସଂଯୋଜକ ଦେବେଶ ହୋତା, ବୋଡେନ ଜଗତରାମ ଦଣ୍ଡସେନା, ସିନାପାଲି ବିହାରିଲାଲ ଜଗତ, କୋମନା ପ୍ରଶାନ୍ତ କୁମାର ଭୋଇ ଏବଂ ନୂଆପଡା ପୁଷ୍ପାଞ୍ଜଳି ଦେବାଙ୍ଗନ ଙ୍କୁ ଚୟନ ହୋଇଛନ୍ତି ଉପଦେଷ୍ଟା ଭାବରେ ରମେଶ ଶର୍ମା,ଆଇନ ପରାମର୍ଶଦାତା ସଚିନ୍ଦ୍ର ମୋହନ ଯୋଶୀ ଚୟନ।

 ନୂଆପଡ଼ାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ