ନୂଆପଡ଼ାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍) :ଘରକୁ ଘର ଯାଇ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ ବିଏଲଓ

May 30, 2026 - 21:12
 0  4
ନୂଆପଡ଼ାରେ ଆରମ୍ଭ ହେଲା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍) :ଘରକୁ ଘର ଯାଇ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ ବିଏଲଓ

ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR 2026) କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ମାନେ ଆଜିଠାରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଘରକୁ ଘର ଯାଇ ଏନ୍ୟୁମେରେସନ୍ ଫର୍ମ (Enumeration Form) ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିବେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ ଜୟ ଢୋଲକିଆଙ୍କୁ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏନ୍ୟୁମେରେସନ୍ ଫର୍ମ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଶ୍ରୀମତୀ ସୁର୍ମି ସୋରେନ, ଡେପୁଟି ଜ଼ିଲ୍ଲାପାଳ ଶେଖ ନସୀମ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ବିଏଲଓମାନଙ୍କ ସହ ଘରକୁ ଘର ବୁଲି ମତଦାତାମାନଙ୍କୁ ଏନ୍ୟୁମେରେସନ୍ ଫର୍ମ ବଣ୍ଟନ କରିବା ସହ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଉଦ୍ଦେଶ୍ୟ ଓ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିଥିଲେ। ଏସ୍‌ଆଇଆର୍ ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବା ସହ ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ। ବିଏଲଓମାନେ ଘରକୁ ଯିବା ସମୟରେ ମତଦାତାମାନେ ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ଉଭୟ ବିଧାନସଭା କ୍ଷେତ୍ରରେ ୯୫ ପ୍ରତିଶତରୁ ଅଧିକ ଭୋଟର ମ୍ୟାପିଂ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି। ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ୯୫.୬୩ ପ୍ରତିଶତ ଏବଂ ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ୯୫.୫୧ ପ୍ରତିଶତ ଭୋଟର ମ୍ୟାପିଂ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ପ୍ରକ୍ରିୟା ଅନୁସାରେ ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଆହ୍ୱାନ କରାଯାଇଛି ଯେ, ଏସ୍‌ଆଇଆର୍ ସମ୍ପର୍କିତ କୌଣସି ଗୁଜବ କିମ୍ବା ଭ୍ରମାତ୍ମକ ସୂଚନାକୁ ବିଶ୍ୱାସ ନ କରି କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ ଏବଂ Voter Helpline App ମାଧ୍ୟମରେ ସେବା ଉପଲବ୍ଧ ରହିଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ